ଏହି ଗୋପନୀୟତା ବକ୍ତବ୍ୟ Microsoft ୱେବସାଇଟ, ସର୍ଭିସ୍ ଏବଂ ଉତ୍ପାଦ ଯାହାକି ତଥ୍ୟ ସଂଗ୍ରହ କରେ ଏବଂ ସେଗୁଡିକୁ ଏହିପରି ଭାବରେ ପ୍ରଦର୍ଶିତ କରେ, ତାହା ସହିତ ସେଗୁଡିକର ଅଫ୍ ଲାଇନ୍ ଉତ୍ପାଦ ସହାୟତା ସେବା କ୍ଷେତ୍ରରେ ପ୍ରଯୁଜ୍ୟ ହୋଇଥାଏ. ଏହା Microsoft ସାଇଟ, ସର୍ଭିସ୍ ଏବଂ ଉତ୍ପାଦ, ଯାହାକି ଏହି ବକ୍ତବ୍ୟ ସହିତ ସଂଯୋଜିତ ନୁହେଁ କିମ୍ବା ଉତ୍ପାଦକୁ ପ୍ରଦର୍ଶିତ କରେ ନାହିଁ କିମ୍ବା ଯାହାର ନିଜସ୍ୱ ଗୋପନୀୟତା ବିବରଣୀ ରହିଥାଏ। ସେ କ୍ଷେତ୍ରରେ ପ୍ରଯୁଜ୍ୟ ହୁଏ ନାହିଁ.
ଦୟାକରି ତଳେ ଦିଆଯାଇଥିବା ସାରାଂଶ ପଢ଼ନ୍ତୁ ଏବଂ ଏକ ନିର୍ଦ୍ଦିଷ୍ଟ ବିଷୟ ଉପରେ ଅଧିକ ବିବରଣୀ ପାଇଁ “ଅଧିକ ଜାଣନ୍ତୁ”ରେ କ୍ଲିକ୍ କରନ୍ତୁ. ଆପଣ ମଧ୍ୟ ଉତ୍ପାଦର ଗୋପନୀୟତା ବିବରଣୀ ଦେଖିବା ପାଇଁ ଉପରେ ତାଲିକାଭୁକ୍ତ ଉତ୍ପାଦଗୁଡିକୁ ବାଛିପାରନ୍ତି. କେତେକ ଉତ୍ପାଦ, ସର୍ଭିସ୍ କିମ୍ବା ବୈଶିଷ୍ଟ୍ୟ ଏହି ବିବରଣୀରେ ବର୍ଣ୍ଣିତ ଥାଇପାରେ, ଯାହାକି ସମସ୍ତ ବଜାରରେ ଉପଲବ୍ଧ ହୋଇନପାରେ. ଆପଣଙ୍କର ଗୋପନୀୟତାର ସୁରକ୍ଷା ପାଇଁ Microsoftର ପ୍ରତିଶ୍ରୁତି ସମ୍ବନ୍ଧରେ ଅଧିକ ସୂଚନା ପାଇପାରିବେ http://www.microsoft.com/privacy.
ପ୍ରାୟ Microsoft ସାଇଟ୍ "କୁକିଜ", ବ୍ୟବହାର କରନ୍ତି, ଛୋଟ ଟେକ୍ସଟ୍ ଫାଇଲ ଯାହା ଡୋମେନରେ ୱେବ୍ ସର୍ଭର ଦ୍ୱାରା ପଢାଯାଇପାରିବ ଏବଂ ସେହି କୁକିଟି ଆପଣଙ୍କର ହାର୍ଡଡ୍ରାଇଭରେ ରଖିବ. ଆମେ ଆପଣଙ୍କର ପ୍ରେଫରେନସେସ୍ ଓ ସେଟିଂଗ୍ସକୁ ସଂରକ୍ଷଣ କରିବାଇଁ; ସାଇନ୍-ଇନ୍ ରେ ସାହାଯ୍ୟ କରିବାପାଇଁ; ଲକ୍ଷ ବିଜ୍ଞାପନ ପ୍ରଦାନ କରିବାପାଇଁ; ସାଇଟ କାର୍ଯ୍ୟ ପ୍ରଣାଳୀ ବିଶ୍ଲେଷଣ କରିବାପାଇଁ ଆପଣଙ୍କର କୁକିଜ୍ ବ୍ୟବହାର କରିବୁ.
ଆମ୍ଭେମାନେ ମଧ୍ୟ କୁକିଜ୍ ଡେଲିଭରରେ ସହାୟତା କରିବା ପାଇଁ ଏବଂ ଆନାଲିଟିକ୍ସ ସଂଯୋଜିତ କରିବା ପାଇଁ ୱେବ ବିକନସ ବ୍ୟବହାର କରୁ. ଏଗୁଡିକ ତୃତୀୟ ପକ୍ଷ ୱେବ ବିକନକୁ ଅନ୍ତର୍ଭୁକ୍ତ କରିପାରେ, ଯାହାକି ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିବାରୁ ନିଷିଦ୍ଧ ହୋଇଥାଏ.
ଆପଣଙ୍କ ପାଖରେ କୁକିଜ ଏବଂ ଏହା ସଦୃଶ କୌଶଳକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପ୍ରକାରର ଉପକରଣ ରହିଛି, ଯେପରି କି:
ଆମର କୁକିଜର ବ୍ୟବହାର
ଅଧିକାଂଶ Microsoft ୱେବସାଇଟ୍ “କୁକିଜ” ବ୍ୟବହାର କରେ, ଯେଉଁଗୁଡିକ ଛୋଟ ଛୋଟ ଲେଖା ଫାଇଲ୍ ଆପଣଙ୍କ ହାର୍ଡ ଡିସ୍କର ୱେବ୍ ସର୍ଭରରେ ସ୍ଥାନିତ କରାଯାଏ. କୁକିଜରେ ଲେଖା ରହିଥାଏ, ଯାହାକି ଗୋଟିଏ ୱେବ୍ ସର୍ଭରର ଡୋମେନ ଯାହା ଆପଣଙ୍କୁ କୁକିଜ ଜାରି କରିଥାଏ ସେଠାରେ ପଢ଼ିହୁଏ. ଏହି ଲେଖା ବହୁ ସମୟରେ କେତେକ ସଂଖ୍ୟା ଓ ଅକ୍ଷରର ମାଳା ହୋଇଥାଏ, ଯାହାକି ସ୍ୱତନ୍ତ୍ର ଭାବରେ ଆପଣଙ୍କର କମ୍ପ୍ୟୁଟରକୁ ଚିହ୍ନିତ କରେ, କିନ୍ତୁ ଏଥିରେ ଅନ୍ୟାନ୍ୟ ସୂଚନା ମଧ୍ୟ ରହିପାରିଥାଏ. ଏଥିରେ ଏକ କୁକିଜରେ ସଂରକ୍ଷିତ କେତେକ ଲେଖାର ଉଦାହରଣ ରହିଛି, ଯାହାକି Microsoft ଆପଣ ଏହାର କୌଣସି ୱେବସାଇଟ୍ ଭିଜିଟ୍ କରିବା ସମୟରେ ଆପଣଙ୍କ ହାର୍ଡ ଡିସ୍କରେ ରଖିଦେଇଥାଇପାରେ: E3732CA7E319442F97EA48A170C99801
ଆମେ କୁକିଜ ବ୍ୟବହାର କରିପାରୁ:
କେତେକ କୁକିଜ ଆମେ ସାଧାରଣ ଭାବରେ ବ୍ୟବହାର କରୁ, ଯାହାକି ନିମ୍ନଲିଖିତ ଚାର୍ଟରେ ତାଲିକାଭୁକ୍ତ ହୋଇଛି. ଏହି ତାଲିକା ବ୍ୟାପକ ନୁହେଁ, ଏହାର ଉଦ୍ଦେଶ୍ୟ ଆମେ କୁକିଜ୍ ସେଟ୍ କରିବାର କେତେକ କାରଣ ବର୍ଣ୍ଣନା କରିବା. ଯଦି ଆପଣ ଆମର କୌଣସି ୱେବସାଇଟ ଭିଜିଟ କରନ୍ତି, ସାଇଟ କେତେକ କିମ୍ବା ନିମ୍ନଲିଖିତ କୁକିଜ୍ ସେଟ କରିପାରେ:
କୁକିଜ ସହିତ Microsoft ଆପଣ ଯେତେବେଳେ ୱେବସାଇଟକୁ ଭିଜିଟ କରନ୍ତି Microsoft ସେଟ୍ କରିପାରେ, ତୃତୀୟ ପକ୍ଷ ମଧ୍ୟ ଆପଣ ଯେତେବେଳେ Microsoft ସାଇଟ ଭିଜିଟ୍ କରନ୍ତି ଆପଣଙ୍କ ହାଡ୍ ଡ୍ରାଇଭରେ କୁକିଜ ସେଟ୍ କରିପାରେ. କେତେକ କ୍ଷେତ୍ରରେ ଏହାର କାରଣ ହୋଇଥାଏ, ଆମେ ତୃତୀୟ ପକ୍ଷକୁ ଆମ ତରଫରୁ ନିର୍ଦ୍ଦିଷ୍ଟ ସେବା ପ୍ରଦାନ କରିବା ପାଇଁ ଭଡ଼ା ସୂତ୍ରରେ ଆହରଣ କରିଥାଉ, ଯେପରି କି ସାଇଟ୍ ଆନାଲିଟିକ୍ସ. ଅନ୍ୟ ଘଟଣାଗୁଡିକରେ ଏହାର କାରଣ ହୋଇଥାଏ ଆମର ୱେବପୃଷ୍ଠାରେ ତୃତୀୟ ପକ୍ଷର ବିଷୟବସ୍ତୁ କିମ୍ବା ବିଜ୍ଞାପନ ରହିଥାଏ, ଯେପରି କି ଭିଡିଓ, ଖବର, ବିଷୟବସ୍ତୁ କିମ୍ବା ବିଜ୍ଞାପନ, ଯାହାକି ଅନ୍ୟମାନଙ୍କ ଦ୍ୱାରା ଆଡ୍ ନେଟଓ୍ବାର୍କରେ ପହଂଚାଯାଇଥାଏ. ଯେହେତୁ ଆପଣଙ୍କର ବ୍ରାଉଜର ତୃତୀୟ ପକ୍ଷର ୱେବ୍ ସର୍ଭଭର ସହିତ ବିଷୟବସ୍ତୁ ପୁନରୁଦ୍ଧାର ପାଇଁ ସଂଯୁକ୍ତ ହୋଇଥାଏ, ସେହି ତୃତୀୟ ପକ୍ଷଗୁଡିକ ସେମାନଙ୍କର ନିଜସ୍ୱ କୁକିଜ ଆପଣଙ୍କ ହାଡ୍ ଡ୍ରାଇଭରେ ସେଟ୍ କରିବାକୁ ଏବଂ ପଢ଼ିବାକୁ ସମର୍ଥ ହୋଇଥାନ୍ତି।.
କୁକିଜ୍ କିପରି ନିୟନ୍ତ୍ରଣ କରିବେ
ଉଦାହରଣ ସ୍ୱରୂପ, ଇଣ୍ଟରନେଟ୍ ଏକ୍ସପ୍ଲୋରର ୯ରେ ଆପଣ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରି କୁକିଜ ଅପସାରଣ କରିଦେଇପାରନ୍ତି.
ଅନ୍ୟ ବ୍ରାଉଜରରେ କୁକିଜ ବ୍ଲ କ କରିବା ନିମନ୍ତେ ନିର୍ଦ୍ଦେଶାବଳି ଏଠାରେ ଉପଲବ୍ଧ ରହିଛି http://www.allaboutcookies.org/manage-cookies/.
ଦୟାକରି ସଚେତନ ରହନ୍ତୁ ଯେ ଯଦି ଆପଣ କୁକିଜ ଅବରୋଧ କରିବାକୁ ଚୟନ କରନ୍ତି, ଆପଣ Microsoft ସାଇଟ ଏବଂ ସର୍ଭିସ୍ ଯାହାକି କୁକିଜ ଉପରେ ନିର୍ଭର କରେ ଏବଂ କେତେକ ବିଜ୍ଞାପନ ପ୍ରିଫରେନ୍ସ ଯାହାକି କୁକିଜ ଉପରେ ନିର୍ଭର କରେ ସେ ସବୁକୁ ସମ୍ମାନ ଦିଆଯାଇପାରିବ ନାହିଁ ଏବଂ ଆପଣ କେତେକ କ୍ରିୟାଶୀଳ ବୈଶିଷ୍ଟ୍ୟ ବ୍ୟବହାର କରିବାକୁ କିମ୍ବା ସାଇନ ଇନ୍ କରିବାକୁ ସମର୍ଥ ହେବେ ନାହିଁ.
ଅନ୍ୟ ବ୍ରାଉଜରରେ କୁକିଜ ବିଲୋପନ କରିବା ନିମନ୍ତେ ନିର୍ଦ୍ଦେଶାବଳି ଏଠାରେ ଉପଲବ୍ଧ ରହିଛି http://www.allaboutcookies.org/manage-cookies/.
ଦୟାକରି ସଚେତନ ରହନ୍ତୁ ଯେ ଆପଣ କୁକିଜ ଅପସାରଣ କରିବାକୁ ଚୟନ କରିଛନ୍ତି ଏବଂ ସେଟିଂ ଓ ପ୍ରିଫରେନ୍ସଗୁଡିକ ସେହି କୁକିଜ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ , ବିଜ୍ଞାପନ ପ୍ରିଫରେନ୍ସ ସହିତ, ଏହା ଅପସାରିତ ହୋଇଯିବ ଏବଂ ପୁନର୍ବାର ସୃଷ୍ଟି କରିବା ଆବଶ୍ୟକ ହୋଇପାରେ.
ବ୍ରାଉଜର ନିୟନ୍ତ୍ରଣ ପାଇଁ “ଟ୍ରାକ୍ କରନ୍ତୁ ନାହିଁ” ଏବଂ ଟ୍ରାକିଂ ସୁରକ୍ଷା. କେତେକ ନୂତନ ବ୍ରାଉଜରରେ ସନ୍ନିବେଶିତ ହୋଇଛି “ଟ୍ରାକ୍ କରନ୍ତୁ ନାହିଁ” ବୈଶିଷ୍ଟ୍ୟ. ଏହି ବୈଶିଷ୍ଟ୍ୟଗୁଡିକ ମଧ୍ୟରୁ ଅଧିକାଂଶ ଯେତେବେଳେ ଚାଲୁ କରାଯାଏ, ଏହା ଏକ ସିଗନାଲ୍ ବା ପ୍ରିଫରେନ୍ସ, ଆପଣ ଭିଜିଟ୍ କରୁଥିବା ୱେବସାଇଟକୁ ପଠାଇ ସୂଚାଇ ଦିଏ ଯେ ଆପଣ ଟ୍ରାକ୍ ହେବାକୁ ଚାହାଁନ୍ତି ନାହିଁ. ସେହି ସାଇଟଗୁଡିକ କାର୍ଯ୍ୟକଳାପରେ ଲିପ୍ତ ରହିବା ଜାରି ରଖନ୍ତି ଆପଣ ଦେଖନ୍ତି ଯେ ଟ୍ରାକିଂ ହେଉଛି ଯଦିଓ ଆପଣ ଏହି ପ୍ରିଫରେନ୍ସ ପାଇଁ ପ୍ରକାଶ କରିଥିଲେ, ଏହା ସାଇଟର ଗୋପନୀୟତା ଆଚରଣବିଧି ଉପରେ ନିର୍ଭର କରିଥାଏ.
ଇଣ୍ଟରନେଟ ଏକ୍ସଫ୍ଲୋରର 9 ଏବଂ 10ରେ ଟ୍ରାକିଂ ସୁରକ୍ଷା ନାମକ ସୁବିଧା ରହିଛି ଯାହା ସେହି ୱେବ ସାଇଟକୁ ସ୍ୱତଃ ଭାବରେ ତୃତୀୟ ପକ୍ଷ ସାମଗ୍ରୀ ପ୍ରଦାନକାରୀଙ୍କୁ ଆପଣଙ୍କର ଭିଜିଟ ବିଷୟରେ ସୂଚନା ପଠାଇବାରୁ ପ୍ରତିରୋଧ କରିବାରେ ସହାୟତା କରେ. ଆପଣ ଯେତେବେଳେ ଏକ ଟ୍ରାକିଂ ସୁରକ୍ଷା ତାଲିକା ଯୋଗ କରନ୍ତି, ଇଣ୍ଟରନେଟ୍ ଏକ୍ସପ୍ଲୋରର ତୃତୀୟ ପକ୍ଷ ବିଷୟବସ୍ତୁ ସହିତ କୁକିଜଗୁଡିକ, ଯେ କୌଣସି ସାଇଟଗୁଡିକରୁ ଯାହାକି ବ୍ଲକ ହେବାକୁ ଥିବା ସାଇଟ ଭାବରେ ତାଲିକାଭୁକ୍ତ ହୋଇଛି ତାହାକୁ ବ୍ଲକ୍ କରିଥାଏ. ଏହି ସାଇଟଗୁଡିକର କଲକୁ ସୀମିତ କରି, ଇଣ୍ଟରନେଟ୍ ଏକ୍ସପ୍ଲୋରର ଏହି ତୃତୀୟ ପକ୍ଷ ସାଇଟର ଆପଣଙ୍କ ବାବଦରେ ସୂଚନା ସଂଗ୍ରହକୁ ସୀମିତ କରିଥାଏ. ଏବଂ ଆପଣ ଯେତେବେଳେ ଏକ ଟ୍ରାକିଂ ସୁରକ୍ଷା ତାଲିକାକୁ ସମର୍ଥ କରନ୍ତି, Internet Explorer ଏକ ଟ୍ରାକ୍ କରନ୍ତୁ ନାହିଁ ସିଗନାଲ୍ କିମ୍ବା ପ୍ରିଫରେନ୍ସ ଆପଣ ଭିଜିଟ୍ କରୁଥିବା ୱେବସାଇଟକୁ ପଠାଇବ. ଏହା ବ୍ୟତୀତ ଯଦି ଆପଣ ଚାହାଁନ୍ତି, ତେବେ ଇଣ୍ଟରନେଟ ଏକ୍ସଫ୍ଲୋରର 10ରେ ଆପଣ ସ୍ୱତନ୍ତ୍ର ଭାବରେ DNT “ବନ୍ଦ” କିମ୍ୱା “ଚାଲୁ” ସ୍ୱିଚ୍ କରିପାରିବେ. ଟ୍ରାକିଂ ସୁରକ୍ଷା ତାଲିକା ଏବଂ ଡୁନଟ୍ ଟ୍ରାକ୍ ବିଷୟରେ ଅଧିକ ସୂଚନା ପାଇବା ପାଇଁ, ଦୟାକରି ଇଣ୍ଟରନେଟ୍ ଏକ୍ସପ୍ଲୋରର ଗୋପନୀୟତା ବିବରଣୀ କିମ୍ବା ଇଣ୍ଟରନେଟ୍ ଏକ୍ସପ୍ଲୋରର ସାହାଯ୍ୟ ବା ହେଲପ ଦେଖନ୍ତୁ.
ବ୍ୟକ୍ତିଗତ ବିଜ୍ଞାପନ ପ୍ରଦାନକାରୀ କଂପାନିଗୁଡିକ ମଧ୍ୟ ସେମାନଙ୍କର ନିଜସ୍ୱ ଅପ୍ଟ-ଆଉଟ୍ କ୍ଷମତା ପ୍ରଦାନ କରିବା ସହିତ ଅଧିକ ଉନ୍ନତ ବିଜ୍ଞାପନ ପ୍ରଦାନ ବିକଳ୍ପ ଅଫର୍ କରିପାରନ୍ତି. ଉଦାହରଣ ସ୍ୱରୂପ, ମାଇକ୍ରୋସଫ୍ଟ ଆଡଭର୍ଟାଇଜିଂ ପ୍ରିଫରେନ୍ସ ଏବଂ ଅପଆଉଟ୍ ନିୟନ୍ତ୍ରଣଗୁଡିକ http://choice.live.com/advertisementchoice/ ରେ ଉପଲବ୍ଧ ରହିଛି । ଦୟାକରି ଧ୍ୟାନ ଦିଅନ୍ତୁ ଯେ ଅପ୍ଟିଂ ଆଉଟର ଅର୍ଥ ନୁହେଁ ଯେ ଆପଣ ବିଜ୍ଞାପନ ପାଇବା ବନ୍ଦ ହୋଇଯିବ କିମ୍ବା ଆପଣ କମ୍ ସଂଖ୍ୟକ ବିଜ୍ଞାପନ ଦେଖିବେ; ଅବଶ୍ୟ, ଆପଣ ଯଦି ଅପ୍ଟ ଆଉଟ୍ ନ କରନ୍ତି ଆପଣ ପ୍ରାପ୍ତ କରୁଥିବା ବିଜ୍ଞାପନଗୁଡିକ ଆପଣଙ୍କ ଆଚରଣଭିତ୍ତିକ ଧାର୍ଯ୍ୟ ବିଜ୍ଞାପନ ହେବ ନାହିଁ. ଏହା ବ୍ୟତୀତ ବାହାର କରିବା ଚୟନରୁ ଆମର ସର୍ବରକୁ ସୂଚନା ଯିବା ବନ୍ଦ ହୁଏ ନାହିଁ, କିନ୍ତୁ ଏହା ଦ୍ୱାରା ଆମର ପ୍ରୋଫାଇଲ ତିଆରି କିମ୍ୱା ଅଧୁନାତନ କରିବା ବନ୍ଦ ହୋଇଯାଏ. ଯାହାର ବ୍ୟବହାର ବିଜ୍ଞାପନ ପାଇଁ ବ୍ୟବହାର କରାଯାଇପାରିବ.
ଆମର Web Beacons ବ୍ୟବହାର
Microsoft ର ୱେବପୃଷ୍ଠାଗୁଡିକରେ ବୈଦ୍ୟୁତିକ ଚିତ୍ର ରହିପାରେ, ଯାହାକି ୱେବ ବିକନ ଭାବରେ ଜଣାଶୁଣା- ବେଳେବେଳେ କୁହାଯାଏ ସିଙ୍ଗଲ୍- ପିକସେଲ୍- ଜିଫ୍ସ- ଯାହାକୁ ବ୍ୟବହାର କରି ଆମର ସାଇଟରେ କୁକିଜ ଡେଲିଭର କରିବା ସହଜ ହୋଇଥାଏ, ବର୍ତ୍ତମାନ ଆସନ୍ତୁ କେଉଁ ଉପଭୋକ୍ତାମାନେ ସେହି ପୃଷ୍ଠାଗୁଡିକୁ ଭିଜିଟ୍ କରିଥିଲେ ଗଣନା କରିବା ଏବଂ କୋ-ବ୍ରାଣ୍ଡେଡ୍ ସର୍ଭିସ୍ ପ୍ରଦାନ କରିବା ଆମେ ଆମର ପ୍ରୋତ୍ସାହନମୂଳକ ଇ-ମେଲ ବାର୍ତ୍ତାରେ କିମ୍ବା ବାର୍ତ୍ତାଟି ଖୋଲାଯାଇଛି ଏବଂ ଏହା ଉପରେ କାର୍ଯ୍ୟ କରାଯାଇଛି ନିର୍ଦ୍ଧାରଣ କରିବା ପାଇଁ ନ୍ୟୁଜ ଲେଟରରେ ବିକନ ଅନ୍ତର୍ଭୁକ୍ତ କରିପାରୁ.
ଆମେ ମଧ୍ୟ ଅନ୍ୟ Microsoft ସାଇଟରେ ବିଜ୍ଞାପନ ଦେଉଥିବା ଅନ୍ୟ କଂପାନି ସହିତ କାର୍ଯ୍ୟ କରି ସେମାନଙ୍କ ସାଇଟରେ ୱେବ୍ ବିକନ ସ୍ଥାନିତ କରିପାରୁ କିମ୍ବା ସେମାନଙ୍କ ବିଜ୍ଞାପନରେ ସ୍ଥାନିତ କରି ପରିସଂଖ୍ୟାନ ବିକଶିତ କରିପାରୁ ଯେ କିପରି Microsoft ସାଇଟର ଏକ ବିଜ୍ଞାପନରେ କ୍ଲିକ୍ କରିବା ଫଳରେ ଏକ ବିକ୍ରି କିମ୍ବା ଅନ୍ୟାନ୍ୟ କାର୍ଯ୍ୟକଳାପ ବିଜ୍ଞାପନଦାତାଙ୍କ ସାଇଟରେ ଘଟୁଛି.
ଶେଷରେ, Microsoft ସାଇଟରେ ୱେବ ବିକନ ରହିପାରେ ଯାହାକି ତୃତୀୟ ପକ୍ଷ ତରଫରୁ ଆମକୁ ସମୁଦାୟ ପରିସଂଖ୍ୟାନ ଯାହାକି ଆମର ପ୍ରୋତ୍ସାହନମୂଳକ ଉଦ୍ୟମ କିମ୍ବା ଅନ୍ୟାନ୍ୟ ୱେବସାଇଟ୍ ପରିଚାଳନାର ଉପାଦେୟତା ସମ୍ବନ୍ଧୀୟ ହୋଇଥାଏ. ଏହି ୱେବ ବିକନ ତୃତୀୟ ପକ୍ଷକୁ ଆପଣ କମ୍ପ୍ୟୁଟରରେ କୁକିଜ ସେଟ୍ କରିବା କିମ୍ବା ପଢ଼ିବାକୁ ସମର୍ଥ କରିଥାଏ. ଆମେ ତୃତୀୟ ପକ୍ଷକୁ ଆମ ସାଇଟରେ ଆପଣଙ୍କର ବ୍ୟକ୍ତିଗତ ସୂଚନା ସଂଗ୍ରହ କିମ୍ବା ଆକସେସ୍ କରିବା ପାଇଁ ନିଷେଧ କରିଛୁ. କେବେ ବି ଆପଣ ତଥ୍ୟ ସଂଗ୍ରହକୁ ଅପ୍ଟ ଆଉଟ୍ କରିବା ପାଇଁ ସକ୍ଷମ ହେବେ ନାହିଁ କିମ୍ବା ଏହି ତୃତୀୟ ପକ୍ଷର କଂପାନିଗୁଡିକ ଦ୍ୱାରା ବ୍ୟବହାର ପାଇଁ ଉଦ୍ଦିଷ୍ଟ ଲିଙ୍କରେ କ୍ଲିକ୍ କରି ନିମ୍ନଲିଖିତ ପ୍ରତ୍ୟେକ ଆନାଲିଟିକ୍ସ ପ୍ରଦାନକାରୀଙ୍କ ଦ୍ୱାରା ବ୍ୟବହାର କରିବେ:
ଅନ୍ୟାନ୍ୟ ସାଦୃଶ୍ୟ ଥିବା କୌଶଳଗୁଡିକ
ସାଧାରଣ କୁକିଜ୍ ଏବଂ ୱେବ ବିକନ ସହିତ ୱେବସାଇଟ ମଧ୍ୟ ଅନ୍ୟାନ୍ୟ କୌଶଳ ବ୍ୟବହାର କରି ଆପଣଙ୍କର କମ୍ପ୍ୟୁଟରର ଡାଟା ଫାଇଲକୁ ଷ୍ଟୋର କରିପାରନ୍ତି ଏବଂ ପଢ଼ି ପାରନ୍ତି. ଏହା ଆପଣଙ୍କ ପ୍ରିଫରେନ୍ସକୁ ଧରି ରଖିବା ପାଇଁ କିମ୍ବା ଆପଣଙ୍କ ବେଗ ଏବଂ ପ୍ରଦର୍ଶନରେ ଉନ୍ନତି ପାଇଁ ଫାଇଲକୁ ଲୋକାଲି ଷ୍ଟୋର କରିବା ଦ୍ୱାରା ହୋଇପାରେ କିନ୍ତୁ ଅନ୍ୟ ସାଧାରଣ କୁକିଜ ପରି ଏହା ମଧ୍ୟ ଆପଣଙ୍କ କମ୍ପ୍ୟୁଟର ପାଇଁ ଏକ ସ୍ୱତନ୍ତ୍ର ଚିହ୍ନଟକାରୀ ବ୍ୟବହାର ପାଇଁ ହୋଇପାରେ, ଯାହାକି ଆଚରଣ ଟ୍ରାକ୍ କରିବା ପାଇଁ ପରେ ବ୍ୟବହୃତ ହୋଇପାରେ ଏହି କୌଶଳ ଅନ୍ତର୍ଭୁକ୍ତ କରେ ସ୍ଥାନୀୟ ଭାବରେ ସେୟାର କରାଯାଉଥିବା ଅବଜେକ୍ଟ, (କିମ୍ବା “ଫ୍ଲାସ କୁକିଜ୍”) ଏବଂ ସିଲଭର ଲାଇଟ୍ ଆପ୍ଲିକେସନ ଷ୍ଟୋରେଜ୍.
ଲୋକାଲ୍ ସେୟାର ଅବଜେକ୍ଟସ କିମ୍ବା “ ଫ୍ଲାସ କୁକିଜ୍”. ୱେବସାଇଟ ଯାହାକି ଆଡୋବ୍ ଫ୍ଲାସ ଟେକ୍ନୋଲୋଜି ବ୍ୟବହାର କରେ, ଲୋକାଲ ସେୟାର ଅବଜେକ୍ଟ କିମ୍ବା “ଫ୍ଲାସ କୁକିଜ” ବ୍ୟବହାର କରି ଆପଣଙ୍କ କମ୍ପ୍ୟୁଟରରେ ଡାଟା ଷ୍ଟୋର କରିପାରେ ଧ୍ୟାନ ଦିଅନ୍ତୁ ଯେ ଫ୍ଲାସ କୁକିଜ ଆପଣଙ୍କ ବ୍ରାଉଜର ସେଟିଂ ଦ୍ୱାରା ନିୟନ୍ତ୍ରଣ ହୋଇପାରେ କିମ୍ବା ନ ହୋଇପାରେ, ଯାହାକି ଷ୍ଟାଣ୍ଡାର୍ଡ କୁକିଜ ପାଇଁ ହୋଇଥାଏ ତାହା ଅଲଗା ଅଲଗା ବ୍ରାଉଜରେ ଭିନ୍ନ ହୋଇପାରେ. ଏହିପରି ଫ୍ଲାସ କୁକିଜ୍ ପରିଚାଳନା ନିମନ୍ତେ ଏବଂ ବ୍ଲକ କରିବା ନିମନ୍ତେ http://www.macromedia.com/support/documentation/en/flashplayer/help/settings_manager.html କୁ ଯାଆନ୍ତୁ|.
Silverlight ଆପ୍ଲିକେସନ ଷ୍ଟୋରେଜ୍. ୱେବସାଇଟ୍ କିମ୍ବା ଆପ୍ଲିକେସନ ଯାହାକି Microsoft ସିଲଭର ଲାଇଟ୍ ଟେକ୍ନୋଲୋଜି ବ୍ୟବହାର କରେ ତାହାର ମଧ୍ୟ ସିଲଭର ଲାଇଟ୍ ଆପ୍ଲିକେସନ ଷ୍ଟୋରେଜ୍ ବ୍ୟବହାରକାରୀ ତଥ୍ୟ ସଂରକ୍ଷଣର ସାମର୍ଥ୍ୟ ରହିଛି. ଏହି ସଂରକ୍ଷଣକୁ କିପରି ବ୍ଲକ୍ କରିବେ କିମ୍ବା ପରିଚାଳନା କରିବେ ଶିକ୍ଷା କରନ୍ତୁ Silverlight.
Microsoft ଯଥାର୍ଥ ଭାବରେ ପରିଚାଳନା କରିବା ପାଇଁ ଏବଂ ଆପଣଙ୍କୁ ଶ୍ରେଷ୍ଠ ଉତ୍ପାଦ, ସେବା ଏବଂ ଅନୁଭୂତି ପ୍ରଦାନ କରିବା ପାଇଁ ବିଭିନ୍ନ ପ୍ରକାରର ତଥ୍ୟ ସଂଗ୍ରହ କରୁଅଛି.
ଆମେ ତଥ୍ୟ ସଂଗ୍ରହ କରୁ ଯେତେବେଳେ ଆପଣ ପଞ୍ଜୀକୃତ ହୁଅନ୍ତି, ସାଇନ୍ ଇନ୍ କରନ୍ତି ଏବଂ ଆମର ସାଇଟ୍ ଏବଂ ସେବା ବ୍ୟବହାର କରନ୍ତି. ଆମ୍ଭେମାନେ ଅନ୍ୟ କମ୍ପାନିରୁ ମଧ୍ୟ ସୂଚନା ପାଇପାରୁ
ଆମେ ବିଭିନ୍ନ ମାଧ୍ୟମରେ ଏହି ସୂଚନା ସଂଗ୍ରହ କରୁ, ୱେବ୍ ଫର୍ମ ସହିତ ଟେକ୍ନୋଲୋଜିଗୁଡିକ ଯେପରି କି କୁକିଜ୍,ୱେବ୍ ଲଗିଂ ଏବଂ ଆପଣଙ୍କ କମ୍ପ୍ୟୁଟର କିମ୍ବା ଅନ୍ୟାନ୍ୟ ଉପକରଣରେ ସଫ୍ଟଓୟାର.
Microsoft ଯଥାର୍ଥ ଭାବରେ ପରିଚାଳନା କରିବା ପାଇଁ ଏବଂ ଆପଣଙ୍କୁ ଯଥା ସମ୍ଭବ ଶ୍ରେଷ୍ଠ ଉତ୍ପାଦ, ସେବା ଏବଂ ଅନୁଭୂତି ପ୍ରଦାନ କରିବା ପାଇଁ ବିଭିନ୍ନ ପ୍ରକାରର ସୂଚନା ସଂଗ୍ରହ କରେ ଏହିପରି କେତେକ ସୂଚନା ଆପଣ ଆମକୁ ପ୍ରତ୍ୟକ୍ଷ ଭାବରେ ପ୍ରଦାନ କରିଥାନ୍ତି. ଆଉ କେତେକ ଆମ୍ଭେମାନେ ଆପଣ ଆମର ଉତ୍ପାଦ ପ୍ରତି କିପରି ପ୍ରତିକ୍ରିୟା ପ୍ରକାଶ କରିଥାନ୍ତି, ତାହାକୁ ଅନୁଧ୍ୟାନ କରି ଏବଂ ଆମର ସର୍ଭିସରୁ ପାଇଥାଉ. ଏହା ମଧ୍ୟରୁ କେତେକ ଅନ୍ୟାନ୍ୟ ଉତ୍ସରୁ ମଧ୍ୟ ଉପଲବ୍ଧ ରହିଛି, ଯାହାକୁ ଆମ୍ଭେମାନେ ତଥ୍ୟ ସହିତ ମିଶାଇ ପ୍ରତ୍ୟକ୍ଷ ଭାବରେ ତଥ୍ୟ ସଂଗ୍ରହ କରିଥାଉ ଉତ୍ସ ନିର୍ବିଶେଷରେ, ଆମର ବିଶ୍ୱାସ ଆମେ ଏହି ସୂଚନାଗୁଡିକୁ ଯତ୍ନର ସହିତ କାରବାର କରିବା ଗୁରୁତ୍ୱପୂର୍ଣ୍ଣ ଏବଂ ଆପଣଙ୍କର ଗୋପନୀୟତା ରକ୍ଷା କରିବାରେ ସାହାଯ୍ୟ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ.
ଆମେ କଣ ସଂଗ୍ରହ କରୁ:
ଆମେ କିପରି ସଂଗ୍ରହ କରୁ:
ଆମେ ଆପଣ କିପରି ସାଇଟ୍ ଏବଂ ସେବା ବ୍ୟବହାର କରୁଛନ୍ତି ସେ ବିଷୟରେ ସୂଚନା ଏକତ୍ରିତ କରିବା ପାଇଁ ବିଭିନ୍ନ ପ୍ରକାରର ପଦ୍ଧତି ଏବଂ କୌଶଳ ବ୍ୟବହାର କରୁ, ଯେପରି କି:
ଆମେ ପ୍ରଦାନ କରୁଥିବା ସେବା ଏବଂ ଉତ୍ପାଦର ପରିଚାଳନା, ଉନ୍ନତି ଏବଂ ବ୍ୟକ୍ତିଭିତ୍ତିକ ଉତ୍ପାଦ ନିମନ୍ତେ ସଂଗୃହୀତ ତଥ୍ୟ Microsoft ବ୍ୟବହାର କରେ.
ଆମେ ମଧ୍ୟ ଏହି ସୂଚନାକୁ ବ୍ୟବହାର କରି ଆପଣଙ୍କ ସହିତ ଯୋଗାଯୋଗ କରିପାରୁ, ଉଦାହରଣ ସ୍ୱରୂପ, ଆପଣଙ୍କୁ ଆପଣଙ୍କର ଆକାଉଣ୍ଟ୍ ଏବଂ ସିକ୍ୟୁରିଟି ଅପଡେଟ୍ ବିଷୟରେ ସୂଚନା ଦେବ.
ଏବଂ ଆମେ ଏହି ସୂଚନା ବ୍ୟବହାର କରି ଆପଣ ଦେଖୁଥିବା ବିଜ୍ଞାପନ ତିଆରି କରିବାରେ ଏବଂ ଆମର ବିଜ୍ଞାପନ ସମର୍ଥିତ ସେବାକୁ ଅଧିକ ଯଥାର୍ଥ କରିବାରେ ସହାୟତା କରିପାରୁ.
ଆମେ ପ୍ରଦାନ କରୁଥିବା ସେବା ଏବଂ ଉତ୍ପାଦର ପରିଚାଳନା, ଉନ୍ନତି ଏବଂ ବ୍ୟକ୍ତିଭିତ୍ତିକ ଉତ୍ପାଦ ନିମନ୍ତେ ସଂଗୃହୀତ ତଥ୍ୟ Microsoft ବ୍ୟବହାର କରେ. ଏକ Microsoft ସର୍ଭିସ୍ ଦ୍ୱାରା ସଂଗୃହୀତ ସୂଚନାକୁ ଅନ୍ୟ Microsoft ସର୍ଭିସର ସଂଗୃହୀତ ସୂଚନା ସହିତ ସମ୍ମିଳିତ କରାଯାଇପାରେ, ଯାହାକି ଏକ ଅଧିକ ସ୍ଥିର ଏବଂ ବ୍ୟକ୍ତିଭିତ୍ତିକ ଅନୁଭୂତି ଆପଣଙ୍କର ଆମ ସହିତ ଆଳାପରେ ପ୍ରଦାନ କରିଥାଏ. ଆମେ ମଧ୍ୟ ଅନ୍ୟ କଂପାନିଠାରୁ ଏହି ସୂଚନାକୁ ସମୃଦ୍ଧ କରିପାରୁ. ଉଦାହରଣ ସ୍ୱରୂପ, ଆମେ ଆପଣଙ୍କର ଭୌଗୋଳିକ କ୍ଷେତ୍ରର ନିର୍ଦ୍ଦିଷ୍ଟ ସେବା ସହିତ କଷ୍ଟମାଇଜ୍ କରିବା ପାଇଁ ଆମେ ଅନ୍ୟ କଂପାନିର ସହାୟତା ଗ୍ରହଣ କରିପାରୁ, ଯେ କି ଆମକୁ ଏକ ସାଧାରଣ ଭୌଗୋଳିକ କ୍ଷେତ୍ର ଭିତ୍ତିକ ଆପଣଙ୍କର IP ଠିକଣା ନିର୍ଦ୍ଧାରଣ କରିପାରେ, ସାହାଯ୍ୟ କରିପାରେ.
ଆମେ ମଧ୍ୟ ଏହି ସୂଚନା ବ୍ୟବହାର କରି ଆପଣଙ୍କ ସହିତ ଯୋଗାଯୋଗ କରୁ, ଉଦାହରଣ ସ୍ୱରୂପ, ଆମର ଏକ ସବସ୍କ୍ରିପସନ୍ କେବେ ସମାପ୍ତ ହେଉଛି, ଉପଲବ୍ଧ ସିକ୍ୟୁରିଟି ଅପଡେଟ୍ ବିଷୟରେ ଜଣାଇବା ଏବଂ ଆପଣଙ୍କର ଆକାଉଣ୍ଟକୁ କ୍ରିୟାଶୀଳ ରଖିବା ପାଇଁ ଆପଣ କେତେବେଳେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ଆପଣଙ୍କୁ ଜଣାଇବା.
Microsoft ମାଗଣାରେ ଅନେକ ସାଇଟ୍ ଏବଂ ସର୍ଭିସ୍ ପ୍ରଦାନ କରୁଅଛି, କାରଣ ସେଗୁଡିକ ବିଜ୍ଞାପନ ଦ୍ୱାରା ସମର୍ଥିତ. ଆମର ଏହି ସେବାକୁ ବ୍ୟାପକ ଭାବରେ ଉପଲବ୍ଧ କରାଇବା ପାଇଁ, ଆମେ ସଂଗ୍ରହ କରୁଥିବା ସୂଚନା ଆପଣ ଦେଖୁଥିବା ବିଜ୍ଞାପନରେ ଉନ୍ନତି ଆଣିବା ପାଇଁ ଏବଂ ସେ ସବୁକୁ ଆପଣଙ୍କ ପାଇଁ ଅଧିକ ଅର୍ଥପୂର୍ଣ୍ଣ କରିବା ପାଇଁ ବ୍ୟବହୃତ ହୋଇପାରେ
ଯେପରି ଗୋପନୀୟତା ବିବରଣୀରେ ବର୍ଣ୍ଣନା କରାଯାଇଛି, ତାହା ବ୍ୟତୀତ ଆମେ ଆପଣଙ୍କର ବ୍ୟକ୍ତିଗତ ସୂଚନାକୁ ଆପଣଙ୍କର ସମ୍ମତି ବ୍ୟତୀତ କୌଣସି ତୃତୀୟ ପକ୍ଷକୁ ଉନ୍ମୁକ୍ତ କରୁନାହିଁ.
ଦୟାକରି ଦେଖନ୍ତୁ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଗୋପନୀୟତା ସୂଚନା ଆମେ କେତେବେଳେ ସୂଚନା ପ୍ରକାଶ କରୁ ତାହାର ବିବରଣୀ ସହିତ Microsoft ଆଫିଲେଟ୍ ଏବଂ ଭେଣ୍ଡରବୃନ୍ଦ, ଯେତେବେଳେ ଆଇନତଃ ଆବଶ୍ୟକ ହୁଏ କିମ୍ବା ଆଇନଗତ ପ୍ରକ୍ରିୟାର ଜବାବରେ, ଠକାମି ପ୍ରତିହତ କରିବା ପାଇଁ କିମ୍ବା ଜୀବନ ରକ୍ଷା କରିବା ପାଇଁ କିମ୍ବା ଆମର ସ୍ୱାର୍ଥ ରକ୍ଷା କରିବା ପାଇଁ.
ଯେପରି ଭାବରେ ଏହି ଗୋପନୀୟତା ବିବରଣୀରେ ବର୍ଣ୍ଣନା କରାଯାଇଛି, ତାହା ବ୍ୟତୀତ ଆମେ ଆପଣଙ୍କର ସମ୍ମତି ବ୍ୟତୀତ କୌଣସି ତୃତୀୟ ପକ୍ଷକୁ ବ୍ୟକ୍ତିଗତ ସୂଚନା ଉନ୍ମୁକ୍ତ କରୁନାହିଁ.
କ୍ଲିକ୍ କରନ୍ତୁ ଏଠାରେ ବ୍ୟକ୍ତିଗତ ସୂଚନା ଆଦାନ ପ୍ରଦାନ ଏବଂ ପରିପ୍ରକାଶ ବିଷୟରେ ଅଧିକ ସୂଚନା:
କେତେକ Microsoft ସର୍ଭିସ୍ ଆପଣଙ୍କୁ ଅନଲାଇନରେ ଆପଣଙ୍କର ବ୍ୟକ୍ତିଗତ ସୂଚନା ଦେଖିବାକୁ କିମ୍ବା ସଂପାଦନା କରିବାକୁ ସାମର୍ଥ୍ୟ ପ୍ରଦାନ କରିଥାଏ। ଅନ୍ୟମାନଙ୍କୁ ଆପଣଙ୍କର ବ୍ୟକ୍ତିଗତ ସୂଚନା ଦେଖିବାରୁ ପ୍ରତିହତ କରିବାରେ ସହାୟତା କରିବା ପାଇଁ, ପ୍ରଥମେ ଆବଶ୍ୟକ ହେଉଛି ଆପଣ ସାଇନ୍ ଇନ୍ କରିବା।ଆପଣ କିପରି ଭାବରେ ଆପଣଙ୍କର ବ୍ୟକ୍ତିଗତ ସୂଚନା ଦେଖିପାରିବେ ତାହା ଆପଣ କେଉଁ ସାଇଟ୍ ବ୍ୟବହାର କରୁଛନ୍ତି କିମ୍ବା କେଉଁ ସର୍ଭିସ୍ ବ୍ୟବହାର କରୁଛନ୍ତି ତାହା ଉପରେ ନିର୍ଭର କରିବ।
Microsoft.com - ମାଇକ୍ରୋସଫ୍ଟ .କମରେ ଆପଣଙ୍କର ପ୍ରୋଫାଇଲ୍ ଆକସେସ୍ କରିପାରିବେ ଏବଂ ଅଧୁନାତନ କରିପାରିବେ, ଭିଜିଟ୍ କରିବା ଦ୍ୱାର ାMicrosoft.com ପ୍ରୋଫାଇଲ୍ ସେଣ୍ଟର.
Microsoft ବିଲିଂ ଏବଂ ଆକାଉଣ୍ଟ୍ ସର୍ଭିସ୍ ଯଦି ଆପଣଙ୍କ ପାଖରେ ଏକ Microsoft ବିଲିଂ ଆକାଉଣ୍ଟ୍ ରହିଛି ଆପଣ ଆପଣଙ୍କର ସୂଚନା ଅଧୁନାତନ କରିପାରିବେ, ଏଥିରେ Microsoft ବିଲିଂଗ ୱେବସାଇଟ୍ କ୍ଲିକ୍ କରନ୍ତୁ ଲିଙ୍କ ଉପରେ ଥିବା “ବ୍ୟକ୍ତିଗତ ସୂଚନା” କିମ୍ବା “ବିଲିଂ ସୂଚନା” ଉପରେ
Microsoft କନେକ୍ଟ୍- ଯଦି ଆପଣ Microsoft କନେକ୍ଟର ଜଣେ ପଞ୍ଜୀକୃତ ଉପଭୋକ୍ତା ହୋଇଥାନ୍ତି, ଆପଣଙ୍କର ବ୍ୟକ୍ତିଗତ ସୂଚନା ଆକସେସ୍ କରିପାରିବେ ଏବଂ ସଂପାଦନା କରିପାରିବେ, କ୍ଲିକ୍ କରି ଆପଣଙ୍କର କନେକ୍ଟ ପ୍ରୋଫାଇଲ୍ ପରିଚାଳନା କରନ୍ତୁ Microsoft କନେକ୍ଟ ୱେବସାଇଟରେ
Windows Live - ଯଦି ଆପଣ Windows Live ସର୍ଭିସ୍ ବ୍ୟବହାର କରିଛନ୍ତି, ଆପଣ ଆପଣଙ୍କର ପ୍ରୋଫାଇଲ୍ ସୂଚନା ଅଧୁନାତନ କରିପାରିବେ, ପାସୱାର୍ଡ ପରିବର୍ତ୍ତନ କରିପାରିବେ, ଆପଣଙ୍କର ଦକ୍ଷତା ସହିତ ସଂପର୍କିତ ସ୍ୱତନ୍ତ୍ର ଆଇଡି ଦେଖନ୍ତୁ, କିମ୍ବା Windows Live ଭିଜିଟ୍ କରି ନିର୍ଦ୍ଦିଷ୍ଟ ଖାତାଗୁଡିକୁ ବନ୍ଦ କରିଦିଅନ୍ତୁ। ଆକାଉଣ୍ଟ୍ ସେବାଗୁଡିକ.
Windows Live ପବ୍ଲିକ୍ ପ୍ରୋଫାଇଲ୍ ଯଦି ଆପଣ Windows Liveରେ ଏକ ପବ୍ଲିକ୍ ପ୍ରୋଫାଇଲ୍ ତିଆରି କରିଛନ୍ତି, ଆପଣ ଆପଣଙ୍କର ସୂଚନା ସଂପାଦନ କିମ୍ବା ବିଲୋପନ କରିପାରିବେ ଯିବା ଦ୍ୱାରା Windows Live ପ୍ରୋଫାଇଲ୍.
ବିଜ୍ଞାପନ ପ୍ରଦାନ ଅନୁସନ୍ଧାନ କରନ୍ତୁ - ଯଦି ଆପଣ Microsoft ଆଡଭରଟାଇଜିଂ ମାଧ୍ୟମରେ ଏପରି ବିଜ୍ଞାପନ ଅନୁସନ୍ଧାନ କ୍ରୟ କରନ୍ତି, ଆପଣ ଆପଣଙ୍କର ବ୍ୟକ୍ତିଗତ ସୂଚନା ସଂପାଦନା କରିପାରିବେ ଏବଂ ସମୀକ୍ଷା କରିପାରିବେ, ଏଠାରେ Microsoft ଆଡ୍ ସେଣ୍ଟର ୱେବସାଇଟ୍.
Microsoft ପାର୍ଟନର ପ୍ରୋଗ୍ରାମ୍ ଯଦି ଆପଣ Microsoft ପାର୍ଟନର ପ୍ରୋଗ୍ରାମ୍ ସହିତ ପଞ୍ଜୀକୃତ, ଆପଣ ଆପଣଙ୍କ ପ୍ରୋଫାଇଲ୍ ସମୀକ୍ଷା କରିପାରିବା ଏବଂ ସଂପାଦନା କରିପାରିବେ, କ୍ଲିକ୍ କରି ଆପଣଙ୍କର ଆକାଉଣ୍ଟ୍ ପାର୍ଟନର ପ୍ରୋଗ୍ରାମ ୱେବସାଇଟ୍ରେ ପରିଚାଳନା କରନ୍ତୁ
Xbox - ଯଦି ଆପଣ Xbox LIVE କିମ୍ବା Xbox.com ଉପଭୋକ୍ତା, ଆପଣ ଆପଣଙ୍କର ବ୍ୟକ୍ତିଗତ ସୂଚନା ଦେଖିପାରିବେ କିମ୍ବା ସଂପାଦନା କରିପାରିବେ, ବିଲିଂ ଏବଂ ଆକାଉଣ୍ଟ୍ ସୂଚନା ସହିତ, ଗୋପନୀୟତା ସେଟିଂ, ଅନଲାଇନ୍ ସୁରକ୍ଷା ଏବଂ ତଥ୍ୟ ଆଦାନ ପ୍ରଦାନ ଗୁରୁତ୍ୱକୁ ଆକସେସ୍ କରିବା ଦ୍ୱାରା ମାଇଁ Xbox Xbox 360 ରେ କନସୋଲ୍ କିମ୍ବା Xbox.com ୱେବସାଇଟରେ ରହିଛି . ଆକାଉଣ୍ଟ୍ ସୂଚନା ପାଇଁ ସିଲେକ୍ଟ କରନ୍ତୁ ମାଇଁ Xbox, ଆକାଉଣ୍ଟସ. ଅଧିକ ବ୍ୟକ୍ତିଗତ ସୂଚନା ପାଇଁ, ଚୟନ କରନ୍ତୁ ମାଇଁ Xbox, ତା’ ପରେ ପ୍ରୋଫାଇଲ୍, ତା’ ପରେ ଅନଲାଇନ୍ ସେଟିଂ
Zune - Iଯଦି ଆପଣଙ୍କ ପାଖରେZune ଆକାଉଣ୍ଟ୍ ବା Zune Pass ଗ୍ରାହକତ୍ୱ ରହିଛି, ଆପଣ ଆପଣଙ୍କର ବ୍ୟକ୍ତିଗତ ସୂଚନା ଦେଖିପାରିବେ ଏବଂ ସଂପାଦନା କରିପାରିବେ, ଏଠାରେ Zune.net (ସାଇନ୍ ଇନ୍, ଆପଣଙ୍କର Zune ଟ୍ୟାଗ୍ ଆକସେସ୍ କରନ୍ତୁ ତା’ପରେ ମାଇଁ ଆକାଉଣ୍ଟ୍ ) କିମ୍ବା Zune ସଫ୍ଟଓୟାର (ସାଇନ୍ ଇନ୍ ଆକସେସ୍) ମାଧ୍ୟମରେ ଆପଣଙ୍କର Zune ଟ୍ୟାଗ୍ ଆକସେସ୍ କରନ୍ତୁ ଏବଂ ଚୟନ କରନ୍ତୁ Zune.net. ପ୍ରୋଫାଇଲ୍
ଯଦି ଆପଣ Microsoft ସାଇଟ୍ କିମ୍ବା ସେବା ଦ୍ୱାରା ସଂଗୃହୀତ ବ୍ୟକ୍ତିଗତ ତଥ୍ୟ Microsoft ମାଧ୍ୟମରେ ଆକସେସ୍ କରିପାରନ୍ତି ନାହିଁ ତେବେ ଏହି କେନ୍ଦ୍ର ଏବଂ ସର୍ଭିସ୍ ଆପଣଙ୍କୁ ଅନ୍ୟ କୌଣସି ମାର୍ଗରେ ଅଭିଗମ୍ୟତା ପ୍ରଦାନ କରିପାରେ। ଆପଣ Microsoft ସହିତ ମଧ୍ୟ ଯୋଗାଯୋଗ କରିପାରନ୍ତି, ବ୍ୟବହାର କରି ୱେବ୍ ଫର୍ମ. ଆମେ ଆପଣଙ୍କର ବ୍ୟକ୍ତିଗତ ସୂଚନା ଅପସାରଣ କିମ୍ବା ଆକସେସ୍ ଅନୁରୋଧର ଜବାବ୍ ୩୦ ଦିନ ମଧ୍ୟରେ ଦେଇଥାଉ।
ଯେତେବେଳେ ଏକ Microsoft ସାଇଟ୍ କିମ୍ବା ସର୍ଭିସ୍ ବୟସ ସଂପର୍କରେ ସୂଚନା ସଂଗ୍ରହ କରେ, ଏହା ତେର ବର୍ଷରୁ କମ୍ ବୟସ୍କ ଉପଭୋକ୍ତାମାନଙ୍କୁ ବ୍ଲକ୍ କରିଦିଏ କିମ୍ବା ପିତାମାତାଙ୍କଠାରୁ କିମ୍ବା ଅଭିଭାବକଙ୍କଠାରୁ ସେମାନଙ୍କର ଶିଶୁ ଏହି ସାଇଟ୍ ବ୍ୟବହାର କରିବା ପୂର୍ବରୁ ଅନୁମତି ହାସଲ କରନ୍ତି.
ଯେତେବେଳେ ସମ୍ମତି ମଂଜୁର ହୋଇଯାଏ, ଶିଶୁର ଆକାଉଣ୍ଟଟି ଅନ୍ୟ ଆକାଉଣ୍ଟ୍ ପରି ବିଚାର କରାଯାଏ, ସେ ଅନ୍ୟ ଉପଭୋକ୍ତାଙ୍କ ସହିତ ଯୋଗାଯୋଗ କରିବାକୁ ସମର୍ଥ ହୁଏ.
ପିତାମାତା ଏହି ଗୋପନୀୟତା ବିବରଣୀରେ ବର୍ଣ୍ଣିତ କୌଣସି ପରିବର୍ତ୍ତନ କିମ୍ବା ସମ୍ମତିରେ ପରିବର୍ତ୍ତନ କରିପାରନ୍ତି.
ଯେତେବେଳେ ଏକ Microsoft ସାଇଟ୍ କିମ୍ବା ସର୍ଭିସ୍ ବୟସ ସଂପର୍କରେ ସୂଚନା ସଂଗ୍ରହ କରେ, ଏହା ତେର ବର୍ଷରୁ କମ୍ ବୟସ୍କ ଉପଭୋକ୍ତାମାନଙ୍କୁ ବ୍ଲକ୍ କରିଦିଏ କିମ୍ବା ପିତାମାତାଙ୍କଠାରୁ କିମ୍ବା ଅଭିଭାବକଙ୍କଠାରୁ ସେମାନଙ୍କର ଶିଶୁ ଏହି ସାଇଟ୍ ବ୍ୟବହାର କରିବା ପୂର୍ବରୁ ଅନୁମତି ହାସଲ କରନ୍ତି. ଆମ୍ଭେମାନେ ୧୩ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଜାଣିଶୁଣି ସେବା ପ୍ରଦାନ ପାଇଁ ଆବଶ୍ୟକଠାରୁ ଅଧିକ ସୂଚନା ଦେବା ପାଇଁ ପଚାରୁ ନାହିଁ.
ସହମତି ପ୍ରଦାନ କରାଦିଆଗଲା ପରେ, ଶିଶୁର ଆକାଉଣ୍ଟ ଅନ୍ୟ କୌଣସି ଏକ ଆକାଉଣ୍ଟ ଭଳି ଦେଖାଯାଏ. ଯେତେବେଳେ ସମ୍ମତି ମଞ୍ଜୁର କରାଯାଏ, ଶିଶୁର ଖାତାକୁ ସାଧାରଣ ଅନ୍ୟ ଆକାଉଣ୍ଟ୍ ଭାବରେ ବିଚାର କରାଯାଏ। ଶିଶୁ ଇ-ମେଲ, ଇନଷ୍ଟାଣ୍ଟ୍ ମେସେଜିଂ ଏବଂ ଅନଲାଇନ୍ ମେସେଜ୍ ବୋର୍ଡ ଇତ୍ୟାଦି ବ୍ୟବହାର କରି ଯୋଗାଯୋଗ କରିବାକୁ ଏବଂ ମୁକ୍ତ ଭାବରେ ସବୁ ବୟସର ଅନ୍ୟ ଉପଭୋକ୍ତାଙ୍କ ସହିତ ଯୋଗାଯୋଗ କରିବାକୁ ସମର୍ଥ ହୋଇଥାଏ.
ପିତାମାତା ପୂର୍ବରୁ ଦିଆଯାଇଥିବା ସମ୍ମତି ପରିବର୍ତ୍ତନ କରିପାରନ୍ତି କିମ୍ବା ବଦଳାଇପାରନ୍ତି ଏବଂ ସମୀକ୍ଷା କରିପାରନ୍ତି, ସଂପାଦନ କରିପାରନ୍ତି କିମ୍ବା ସେମାନଙ୍କ ଶିଶୁର ବ୍ୟକ୍ତିଗତ ସୂଚନା ଅପସାରଣ କରିବା ପାଇଁ ଅନୁରୋଧ କରିପାରନ୍ତି. ଉଦାହରଣ ସ୍ୱରୂପ, ୱିଣ୍ଡୋଜ୍ ଲାଇଭରେ ପିତାମାତା ସେମାନଙ୍କର ଆକାଉଣ୍ଟକୁ ଭିଜିଟ୍ କରିପାରନ୍ତି ଏବଂ ଏଥିରେ କ୍ଲିକ୍ କରିପାରନ୍ତି। “ପିତାମାତାଙ୍କର ଅନୁମତି”.
ଅଧିକାଂଶ ଅନଲାଇନ୍ ବିଜ୍ଞାପନ ଯାହାକି Microsoft ସର୍ଭିସ୍ ଏବଂ ସାଇଟର ସେଗୁଡିକ Microsoft ଆଡଭଟାଇଜିଂ ଦ୍ୱାରା ପ୍ରଦର୍ଶିତ ହୋଇଥାଏ. ଯେତେବେଳେ ଆମେ ଆପଣଙ୍କୁ ଅନଲାଇନ୍ ବିଜ୍ଞାପନ ପ୍ରଦର୍ଶନ କରୁ, ଆମ୍ଭେମାନେ ଏକ ବା ଅଧିକ ସ୍ଥାନିତ କରିବୁ କୁକିଜ୍ ଆପଣଙ୍କ କମ୍ପ୍ୟୁଟରରେ ଯେତେବେଳେ ଆପଣଙ୍କ ପ୍ରତି ଏକ ବିଜ୍ଞାପନ ପ୍ରଦର୍ଶିତ ହୁଏ, ଆପଣଙ୍କ କମ୍ପ୍ୟୁଟରକୁ ଚିହ୍ନିତ କରିବା ପାଇଁ. ସମୟ କ୍ରମେ ଆମେ ବିଭିନ୍ନ ସାଇଟରୁ ସୂଚନା ସଂଗ୍ରହ କରୁ, ଯେଉଁଠାରେ କି ଆମେ ବିଜ୍ଞାପନ ପ୍ରଦର୍ଶନ କରୁ ଏବଂ ଅଧିକ ଯଥାର୍ଥ ବିଜ୍ଞାପନ ପ୍ରଦାନ କରିବାରେ ସହାୟତା କରିବା ପାଇଁ ସୂଚନା ବ୍ୟବହାର କରୁ.
ଆପଣ Microsoft ଆଡଭରଟାଇଜିଂରୁ ଲକ୍ଷ୍ୟ ରଖାଯାଇଥିବା ବିଜ୍ଞାପନ ପ୍ରାପ୍ତ କରିବାର ବିକଳ୍ପ ଖୋଜିପାରନ୍ତି, ଭିଜିଟ୍ କରନ୍ତୁ ଆମର ବିକଳ୍ପ- ପୃଷ୍ଠା ବାଛନ୍ତୁ.
ଅଧିକାଂଶ ୱେବସାଇଟ୍ ଏବଂ ଅନଲାଇନ ସେବାଗୁଡିକ ବିଜ୍ଞାପନ ସହାୟତାରେ ହୋଇଥାଏ.
ଅଧିକାଂଶ ଅନଲାଇନ୍ ବିଜ୍ଞାପନ ଯାହାକି Microsoft ସର୍ଭିସ୍ ଏବଂ ସାଇଟର ସେଗୁଡିକ Microsoft ଆଡଭଟାଇଜିଂ ଦ୍ୱାରା ପ୍ରଦର୍ଶିତ ହୋଇଥାଏ. ଆମେ ଯେ ତେବେଳେ ଆପଣଙ୍କ ପାଇଁ ଅନଲାଇନ୍ ବିଜ୍ଞାପନ ପ୍ରଦର୍ଶନ କରୁ, ଆମେ ଏକ ବା ଅଧିକ ସ୍ଥିର ଭାବରେ ସ୍ଥାନିତ କରିଥାଉ। କୁକିଜ୍ ଆପଣଙ୍କ କମ୍ପ୍ୟୁଟରକୁ ଚିହ୍ନିବା ପାଇଁ ଆମେ ଆପଣଙ୍କୁ ଏକ ବିଜ୍ଞାପନ ପ୍ରତି ଥର ପ୍ରଦର୍ଶନ କରିଥାଉ. କାରଣ ଆମେ ଆମର ନିଜସ୍ୱ ୱେବସାଇଟରେ ସାମଗ୍ରୀକ ଭାବରେ ଆମର ବିଜ୍ଞାପନ ଏବଂ ପ୍ରକାଶକ ଅଂଶିଦାରମାନଙ୍କର ବିଜ୍ଞାପନ ଦେଖାଇଥାଉ, ଆମେ ମଧ୍ୟ ସମୟ କ୍ରମେ ପୃଷ୍ଠାର ପ୍ରକାର, ବିଷୟବସ୍ତୁ ଏବଂ ଆପଣଙ୍କର ବିଜ୍ଞାପନ କିମ୍ବା ଅନ୍ୟାନ୍ୟ ଯେଉଁମାନେ ଆପଣଙ୍କର କମ୍ପ୍ୟୁଟର ବ୍ୟବହାର କରନ୍ତି, ଭିଜିଟ୍ କରନ୍ତି କିମ୍ବା ଭିଉ କରିଥିଲେ ବା ଦେଖିଥିଲେ ସେମାନଙ୍କ ବିଷୟରେ ସୂଚନା ସଂଯୋଜିତ କରିପାରୁ. ଏହି ସୂଚନା ଅନେକ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ, ଉଦାହରଣ ସ୍ୱରୂପ ଏହା ଆମକୁ ସମାନ ବିଜ୍ଞାପନ ବାରମ୍ବାର ନ ଦେଖିବାକୁ ନିଶ୍ଚିତ କରିବାରେ ଚେଷ୍ଟା କରିବା ପାଇଁ ସାହାଯ୍ୟ କରେ. ଆମେ ମଧ୍ୟ ଏହି ସୂଚନା ବ୍ୟବହାର କରି ପ୍ରଦର୍ଶିତ ବିଜ୍ଞାପନକୁ ବାଛିଥାଉ ଏବଂ ଆପଣଙ୍କ ଆଗ୍ରହକୁ ସୁହାଇଲା ପରି ବିଜ୍ଞାପନ ପ୍ରଦର୍ଶନ କରିଥାଉ।.
ଆପଣ Microsoft ଆଡଭରଟାଇଜିଂରୁ ଲକ୍ଷ୍ୟ ରଖାଯାଇଥିବା ବିଜ୍ଞାପନ ପ୍ରାପ୍ତ କରିବାର ବିକଳ୍ପ ଖୋଜିପାରନ୍ତି, ଭିଜିଟ୍ କରନ୍ତୁ ଆମର ବିକଳ୍ପ- ପୃଷ୍ଠା ବାଛନ୍ତୁ. Microsoft ଆଡଭରଟାଇଜିଂ କିପରି ସଂଗ୍ରହ କରେ ଏବଂ ସୂଚନା ବ୍ୟବହାର କରେ ସେ ବିଷୟରେ ଅଧିକ ସୂଚନା ପାଇଁ, ଦୟାକରି ଦେଖନ୍ତୁ Microsoft ଆଡଭରଟାଇଜିଂ ଗୋପନୀୟତା ବିବରଣ.
ଆମେ ମଧ୍ୟ ତୃତୀୟ ପକ୍ଷ ବିଜ୍ଞାପନ କଂପାନି, ଅନ୍ୟାନ୍ୟ ଆଡ୍ ନେଟୱାର୍କ ସହିତ ଆମର ସାଇଟରେ ବିଜ୍ଞାପନ ପ୍ରଦର୍ଶନ କରିବା ପାଇଁ ଅନୁମତି ଦେଇଥାଉ. କିଛି ପରିସ୍ଥିତିରେ, ଏହି ତୃତୀୟ ପକ୍ଷଗୁଡିକ ଆପଣଙ୍କ କମ୍ପ୍ୟୁଟରରେ କୁକିସ୍ ରଖି ପରିବେ. ବର୍ତ୍ତମାନ ଏହି କଂପାନିଗୁଡିକର ଅନ୍ତର୍ଭୁକ୍ତ ହେଉଛନ୍ତି, କିନ୍ତୁ ସୀମିତ ନୁହଁନ୍ତି: 24/7 Real Media, adblade, AdConion, AdFusion, Advertising.com, AppNexus, Bane Media, Brand.net, CasaleMedia, Collective Media, InMobi, Interclick, Jumptap, Millennial Media, Nugg.ad AG, Mobclix, Mojiva, SpecificMedia, Tribal Fusion, ValueClick, Where.com, Yahoo!, YuMe, Zumobi.ଏହି କଂପାନିଗୁଡିକ ଆପଣଙ୍କୁ ସେମାନଙ୍କୁ କୁକିଜ୍ ଭିତ୍ତିରେ ଲକ୍ଷ୍ୟ ବିଜ୍ଞାପନ ବାଛିବାର ଏକ ମାଧ୍ୟମ ଅଫର୍ କରିପାରନ୍ତି. ଆପଣ ଉପରେ ଦିଆଯାଇଥିବା କଂପାନି ନାଗଗୁଡିକରେ କ୍ଲିକ୍ କରି ଅଧିକ ସୂଚନା ପାଇପାରନ୍ତି ଏବଂ ପ୍ରତ୍ୟେକ କଂପାନିର ୱେବସାଇଟରେ ଦିଆଯାଇଥିବା ଲିଙ୍କ ଅନୁସରଣ କରିପାରନ୍ତି. ସେଗୁଡିକରୁ ଅଧିକାଂଶ ମଧ୍ୟ ହେଉଛନ୍ତି ଏହାର ସଦସ୍ୟ। ନେଟୱର୍କ ଆଡଭରଟାଇଜିଂ ଉଦ୍ୟମ କିମ୍ବା ଡିଜିଟାଲ୍ ଆଡଭରଟାଇଜିଂ ସହବନ୍ଧନ, ସେଗୁଡିକ ମଧ୍ୟରୁ ପ୍ରତ୍ୟେକଟି ଅଂଶଗ୍ରହଣକାରୀ କଂପାନି ମଧ୍ୟରୁ ଲକ୍ଷ୍ୟ ରଖାଯାଉଥିବା ବିଜ୍ଞାପନ ବାଛିବା ପାଇଁ ଏକ ସରଳ ମାଧ୍ୟମ ପ୍ରଦାନ କରେ।
ଆପଣ ମଧ୍ୟ ଭବିଷ୍ୟତରେ Microsoft ସାଇଟ ଏବଂ ସର୍ଭିସ୍ ଦ୍ୱାରା ଆପଣ ପ୍ରାପ୍ କରୁଥିବା ଇ-ମେଲରେ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳି ଅନୁସରଣ କରି ପ୍ରୋତ୍ସାହନମୂଳକ ଇ-ମେଲ୍ ପ୍ରଦାନକୁ ବନ୍ଦ କରିଦେଇପାରନ୍ତି. ଯଥାର୍ଥ ସର୍ଭିସ୍ ଉପରେ ନିର୍ଭର କରି ଆପଣ ମଧ୍ୟ ସଚେତନ ଭାବରେ ଏହା ଗ୍ରହଣ କରିବା ସମ୍ବନ୍ଧରେ ନିଷ୍ପତ୍ତି ନେଇପାରନ୍ତି।.
ଯଦି ଆପଣ ଆମଠାରୁ ପ୍ରୋତ୍ସାହନମୂଳକ ଇ-ମେଲ୍ ଗ୍ରହଣ କରନ୍ତି ଏବଂ ଭବିଷ୍ୟତରେ ଏହା ପାଇବା ବନ୍ଦ କରିବାକୁ ଚାହାଁନ୍ତି, ତେବେ ଆପଣ ସେହି ଦିଗରେ ବାର୍ତ୍ତାଗୁଡିକ ଅନୁସରଣ କରି ଏହା କରିପାରିବେ.
ଯଥାର୍ଥ ସେବା ଉପରେ ନିର୍ଭର କରି ଆପଣ ମଧ୍ୟ କ୍ରିୟାଶୀଳ ଭାବରେ ପ୍ରୋତ୍ସାହନମୂଳକ ଇ-ମେଲ୍,ଟେଲିଫୋନ୍ କଲ୍ ଏବଂ ଡାକ ମାଧ୍ୟମରେ ଦଲିଲ୍ ଆକାରରେ ପାଇପାରିବେ, ମାଇକ୍ରୋସଫ୍ଟ ସାଇଟ୍ କିମ୍ବା ସର୍ଭିସକୁ ଭିଜିଟ୍ କରି ଓ ନିମ୍ନଲିଖିତ ପୃଷ୍ଠାରେ ସାଇନ୍ ଇନ୍ କରି.
ଏହି ବିକଳ୍ପଗୁଡିକ ଅନଲାଇନ ବିଜ୍ଞାପନରେ ପ୍ରଦର୍ଶନରେ ପ୍ରଯୁଜ୍ୟ ନୁହେଁ:ଏହି ବିଷୟରେ ସୂଚନା ନିମନ୍ତେ "Display of Advertising (Opt-out)" ସେକ୍ସନ ଦେଖନ୍ତୁ. କେବେ ବି ବାଧ୍ୟତାମୂଳକ ସେବା ଯୋଗାଯୋଗ ଗ୍ରହଣ କ୍ଷେତ୍ରରେ ପ୍ରଯୁଜ୍ୟ ହୁଏ ନାହିଁ, ସେଗୁଡିକ ଏକ ନିର୍ଦ୍ଦିଷ୍ଟ Microsoft ସର୍ଭିସର ଅଂଶ ଭାବରେ ବିଚାର କରାଯାଏ, ଯଦି ଆପଣ ଏହି ସେବା ବାତିଲ୍ କରିନଥାନ୍ତି, ଆପଣ ସମୟ ସମୟରେ ଏହା ପାଇପାରନ୍ତି.
Microsoft ଆକାଉଣ୍ଟ (ପୂର୍ବରୁ ୱିଣ୍ଡୋଜ୍ Live ID ଏବଂ Microsoft Passport ଭାବରେ ଜଣାଶୁଣା ଥିଲା ) ହେଉଛି ଏକ ସର୍ଭିସ ଯାହାକି ଆପଣଙ୍କୁ Microsoft ଉତ୍ପାଦ, ୱେବସାଇଟ୍ ଏବଂ ସର୍ଭିସ୍ ସହିତ ସାଇନ ଇନ୍ କରିବା ସହ Microsoft ଅଂଶିଦାରମାନଙ୍କୁ ବାଛିବାରେ ସହାୟତା କରେ. ଆପଣ ଯେତେବେଳେ Microsoft ଆକାଉଣ୍ଟଟି ସୃଷ୍ଟି କରନ୍ତି ଆମେ ଆପଣଙ୍କୁ ନିର୍ଦ୍ଦିଷ୍ଟ ସୂଚନା ପ୍ରଦାନ କରିବା ପାଇଁ କହିଥାଉ. ଆପଣ ଯେତେବେଳେ ସାଇଟରେ ସାଇନ ଇନ୍ କରନ୍ତି କିମ୍ବା ଆପଣଙ୍କର Microsoft ଆକାଉଣ୍ଟର ସର୍ଭିସ୍ ବ୍ୟବହାର କରନ୍ତି, ଆପଣଙ୍କ ଆକାଉଣ୍ଟଙ୍କୁ ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାରରୁ ସୁରକ୍ଷିତ ରଖିବା ପାଇଁ ଏବଂ Microsoft ଆକାଉଣ୍ଟ୍ ସର୍ଭିସର ଉପାଦେୟତା ଏବଂ ସିକ୍ୟୁରିଟି ସୁରକ୍ଷିତ ରଖିବା ପାଇଁ ଆମେ ଆପଣଙ୍କ ସାଇଟ କିମ୍ବା ସର୍ଭିସ୍ ତରଫରୁ ଆପଣଙ୍କର ପରିଚୟ ଯାଂଚ୍ କରିବା ପାଇଁ କେତେକ ନିର୍ଦ୍ଦିଷ୍ଟ ତଥ୍ୟ ସଂଗ୍ରହ କରୁ. ଆମେ ମଧ୍ୟ ଆପଣ ଆପଣଙ୍କର Microsoft ଆକାଉଣ୍ଟ୍ ସହିତ ସାଇନ ଇନ୍ ହୋଇଥିବା ସାଇଟ କିମ୍ବା ସର୍ଭିସକୁ ନିର୍ଦ୍ଦିଷ୍ଟ ସୂଚନା ଦେଇଥାଉ.
ଆପଣଙ୍କ Microsoft ଆକାଉଣ୍ଟ ବିଷୟରେ ଅତିରିକ୍ତ ବିବରଣୀ କିପରି ତିଆରି କରିବେ ଏବଂ Microsoft ଆକାଉଣ୍ଟ ବ୍ୟବହାର କରିବେ, ଆକାଉଣ୍ଟ୍ ସୂଚନା କିପରି ସଂପାଦିତ କରିବେ ଏବଂ ଆମେ କିପରି ସଂଗ୍ରହ କରୁ ଏବଂ Microsoft ସଂପର୍କୀୟ ସୂଚନା ବ୍ୟବହାର କରୁ ଦେଖିବା ପାଇଁ, ଦୟାକରି ଅଧିକ ଜାଣନ୍ତୁରେ କ୍ଲିକ୍ କରନ୍ତୁ.
Microsoft ଆକାଉଣ୍ଟ (ପୂର୍ବରୁ ୱିଣ୍ଡୋଜ୍ Live ID ଏବଂ Microsoft Passport ଭାବରେ ଜଣାଶୁଣା ଥିଲା ) ହେଉଛି ଏକ ସର୍ଭିସ ଯାହାକି ଆପଣଙ୍କୁ Microsoft ଉତ୍ପାଦ, ୱେବସାଇଟ୍ ଏବଂ ସର୍ଭିସ୍ ସହିତ ସାଇନ ଇନ୍ କରିବା ସହ Microsoft ଅଂଶିଦାରମାନଙ୍କୁ ବାଛିବାରେ ସହାୟତା କରେ. ଏହା ଅନ୍ତର୍ଭୁକ୍ତ କରେ ଉତ୍ପାଦ ୱେବସାଇଟ ଏବଂ ସର୍ଭିସ୍ ଯେପରି ନିମ୍ନରେ ଦିଆଯାଇଛି:
ଏକ Microsoft ଆକାଉଣ୍ଟ୍ ସୃଷ୍ଟି କରିବ.
ଆପଣ ଏକ ମାଇକ୍ରୋସଫ୍ଟ ଆକାଉଣ୍ଟ ସୃଷ୍ଟି କରିପାରିବେ ଏଠାରେ ଏକ ଇ-ମେଲ୍ ଠିକଣା, ପାସୱାର୍ଡ ଏବ ଅନ୍ୟାନ୍ୟ “ଆକାଉଣ୍ଟ୍ ପ୍ରମାଣ”, ଯେପରି କି ଏକ ବିକଳ୍ପ ଇ-ମେଲ୍ ଠିକଣା, ଏକ ଫୋନନମ୍ବର ଏବଂ ଏକ ପ୍ରଶ୍ନ ଏବଂ ଗୁପ୍ତ ଉତ୍ତର ଆମ୍ଭେମାନେ ଆପଣଙ୍କର “ ଆକାଉଣ୍ଟ୍ ପ୍ରମାଣ”କୁ କେବଳ ସୁରକ୍ଷା ଉଦ୍ଦେଶ୍ୟରେ ବ୍ୟବହାର କରିବୁ- ଉଦାହରଣ ସ୍ୱରୂପ, ଆପଣ ଆପଣଙ୍କର Microsoft ଆକାଉଣ୍ଟ୍ ଆକସେସ୍ କରି ନପାରିବା ଘଟଣାରେ ଆପଣଙ୍କର ପରିଚୟ ଯାଂଚ୍ କରିବା ପାଇଁ ଏବଂ ଆପଣ ସହାୟତା ଆବଶ୍ୟକ କରିବା ସମୟରେ କିମ୍ବା ଯଦି ଆପଣ ଆପଣଙ୍କର Microsoft ଆକାଉଣ୍ଟ୍ ସହିତ ସଂପର୍କିତ ଇ-ମେଲ୍ ଠିକଣା ଆକସେସ୍ କରିପାରନ୍ତି ନାହିଁ, ଆପଣଙ୍କର ପାସୱାର୍ଡ ପୁନଃଧାର୍ଯ୍ୟ କରିବା ପାଇଁ. କେତେକ ସର୍ଭିସ୍ ମଧ୍ୟ ଅତିରିକ୍ତ ନିରାପତ୍ତା ଆବଶ୍ୟକ କରିପାରେ, ଏବଂ ସେ ସବୁ କ୍ଷେତ୍ରରେ, ଆପଣଙ୍କୁ ଏକ ଅତିରିକ୍ତ ସୁରକ୍ଷା କି ପ୍ରସ୍ତୁତ କରିବାକୁ କୁହାଯାଇପାରେ. ଇ-ମେଲ୍ ଠିକଣା ଏବଂ ପାସୱାର୍ଡ ଯାହାକି ଆପଣ ଆପଣଙ୍କର ମାଇକ୍ରୋସଫ୍ଟ ଆକାଉଣ୍ଟରେ ସାଇନ ଇନ୍ କରିବା ପାଇଁ ବ୍ୟବହାର କରନ୍ତି ସେଗୁଡିକ ହେଉଛି ଆପଣଙ୍କର “କ୍ରେଡେନସିଆଲସ” ତାହାକୁ ଆପଣ ବ୍ୟବାହର କରି ଆପଣଙ୍କର ନେଟଓ୍ବାର୍କରେ ନିଜର ସତ୍ୟତା ସିଦ୍ଧ କରିବେ. ଏହା ସହିତ, ଏକ ୬୪ ବିଟ୍ ସ୍ୱତନ୍ତ୍ର ଆଇଡି ସଂଖ୍ୟା ଆପଣଙ୍କର କ୍ରେଡେନସିଆଲକୁ ଚିହ୍ନିତ କରିବ ଏବଂ ଏହାକୁ ବ୍ୟବହାର କରି ଆପଣଙ୍କର କ୍ରେଡେନସିଆଲ୍ ଏବଂ ଏହା ସଂପର୍କିତ ସୂଚନାକୁ ଚିହ୍ନିତ କରାଯିବ
ଆପଣ ଯେତେବେଳେ ଏକ Microsoft ଆକାଉଣ୍ଟ୍ ସୃଷ୍ଟି କରନ୍ତି ଆମେ ମଧ୍ୟ ଆପଣଙ୍କୁ ନିମ୍ନଲିଖିତ ବ୍ୟକ୍ତିଗତ ସାମାଜିକ ସୂଚନା: ଲିଙ୍ଗ; ଦେଶ; ଜନ୍ମ ତାରିଖ; ଏବଂ ଡାକ code” ପ୍ରଦାନ କରିବା ପାଇଁ କହିବୁ. ଆମେ ମଧ୍ୟ ଆପଣଙ୍କର ଜନ୍ମ ତାରିଖ ବ୍ୟବହାର କରି ଯାଂଚ୍ କରିପାରୁ ଯେ ଶିଶୁମାନେ Microsoft ଆକାଉଣ୍ଟ୍ ବ୍ୟବହାର କରିବା ପାଇଁ ପିତାମାତା କିମ୍ବା ଅଭିଭାବକମାନଙ୍କୁ ଠାରୁ ଯଥାର୍ଥ ସମ୍ମତି ହାସଲ କରିଛନ୍ତି, ଯେପରି ଭାବରେ ସ୍ଥାନୀୟ ନିୟମ ଦ୍ୱାରା ଆବଶ୍ୟକ ହୋଇଥାଏ. ଏହା ସହିତ, ଏହି ବ୍ୟକ୍ତିଗତ ସାମାଜିକ ସୂଚନା ବ୍ୟବହାର କରି ଆମର ଅନଲାଇନ ଆଡଭାରଟାଇଜିଂ ବ୍ୟବସ୍ଥା ଆପଣଙ୍କୁ ଉତ୍ପାଦ ବିଷୟରେ ବ୍ୟକ୍ତିଭିତ୍ତିକ ବିଜ୍ଞାପନ ଆପଣଙ୍କ ପାଇଁ ଉପାଦେୟ ଉତ୍ପାଦ ଏବଂ ସର୍ଭିସ୍ ସମ୍ବନ୍ଧରେ ପ୍ରଦାନ କରିବ, କିନ୍ତୁ ଆମର ବିଜ୍ଞାପନ ବ୍ୟବସ୍ଥା କେବେ ବି ଆପଣଙ୍କର ନାମ କିମ୍ବା ଯୋଗାଯୋଗ ସୂଚନା ପାଇବ ନାହିଁ. ଅନ୍ୟ ଶଦ୍ଦରେ କହିଲେ, ଆମର ବିଜ୍ଞାପନ ବ୍ୟବସ୍ଥା ଏପରି କୌଣସି ସୂଚନା ଧାରଣ କରେ ନାହିଁ କିମ୍ବା ବ୍ୟବହାର କରେ ନାହିଁ ଯାହା ଦ୍ୱାରା ଆପଣଙ୍କୁ ବ୍ୟକ୍ତିଗତ ଭାବରେ କିମ୍ବା ପ୍ରତ୍ୟକ୍ଷ ଭାବରେ ଚିହ୍ନି ହେବ (ଯେପରି କି ଆପଣଙ୍କ ନାମ, ଇ-ମେଲ୍ ଠିକଣା ଏବଂ ଫୋନ ନମ୍ବର). ଯଦି ଆପଣ ବ୍ୟକ୍ତିଭିତ୍ତିକ ବିଜ୍ଞାପନ ଗ୍ରହଣ କରିବାକୁ ଚାହାଁନ୍ତି ନାହିଁ ଆପଣ ଆପଣଙ୍କର Microsoft ଆକାଉଣ୍ଟ୍ ଭିଜିଟ୍ କରି ଆପଣଙ୍କର ପ୍ରିଫରେନ୍ସକୁ ପଞ୍ଜୀକୃତ କରିପାରିବେ। ଏହି ପୃଷ୍ଠା ତେଣୁ ଯେତେବେଳେ ଆପଣଙ୍କର ମାଇକ୍ରୋସଫ୍ଟ ଆକାଉଣ୍ଟ ସହିତ ୱେବସାଇଟ୍ କିମ୍ବା ସର୍ଭିସରେ ସାଇନ ଇନ୍ କରୁଛନ୍ତି, ଆମର ବିଜ୍ଞାପନ ବ୍ୟବସ୍ଥା ଆପଣଙ୍କୁ ବ୍ୟକ୍ତିଭିତ୍ତିକ ବିଜ୍ଞାପନ ପ୍ରଦର୍ଶିତ କରିବ ନାହିଁ. Microsoft କିପରି ବିଜ୍ଞାପନ ଦେବା ପାଇଁ ଏହି ସୂଚନା ବ୍ୟବହାର କରନ୍ତି, ସେ ବିଷୟରେ ଅଧିକ ସୂଚନା ପାଇଁ, ଦୟାକରି ଦେଖନ୍ତୁ Microsoft ବିଜ୍ଞାପନ ପ୍ରଦାନ ଗୋପନୀୟ ସହାୟତ.
ଆପଣ Microsoft ଦ୍ୱାରା ଦିଆଯାଇଥିବା ଇ-ମେଲ୍ ଠିକଣା (ଯେପରି କି ଯେଉଁଗୁଡିକ live.com, hotmail.com, କିମ୍ବା msn.com ରେ ଶେଷ ହେଉଥିବ) କିମ୍ବା ତୃତୀୟ ପକ୍ଷ ଦ୍ୱାରା ପ୍ରଦତ୍ତ ଇମେଲ୍ ଠିକଣା ବ୍ୟବହାର କରିପାରିବେ (gmail.com କିମ୍ଵା yahoo.com ରେ ସେଗୁଡିକ ଶେଷ ହେଉଥିବା ଭାବରେ) ଯେତେବେଳେ Microsoft ଏକାଉଣ୍ଟ୍ ପାଇଁ ସାଇନ୍ ଅପ୍ କରିବେ.
ଏକ Microsoft ଆକାଉଣ୍ଟ୍ ତିଆରି କରିବା ପରେ, ଆମେ ଆପଣଙ୍କୁ ଆପଣଙ୍କ Microsoft ଆକାଉଣ୍ଟ୍ ସଂପର୍କିତ ଇ-ମେଲ୍ ଠିକଣାର ସ୍ୱତ୍ତ୍ୱାଧିକାରୀ ଆପଣ କି ନା ଯାଂଚ୍ କରିବା ପାଇଁ ଆପଣଙ୍କୁ ଏକ ଇ-ମେଲ୍ ପଠାଇବୁ. ଏହାକୁ ଇ-ମେଲ ଠିକଣାର ବୈଧତା ଯାଂଚ୍ କରିବା ପାଇଁ ଏବଂ ସେମାନଙ୍କର ସ୍ବତ୍ତ୍ବାଧିକାରୀଙ୍କ ଅନୁମତି ବ୍ୟତୀତ ଇ-ମେଲ ଠିକଣାର ବ୍ୟବହାର ପ୍ରତିହତ କରିବାରେ ସହାୟତା ପାଇଁ ପରିକଳ୍ପନା କରାଯାଇଛି. ତାହା ପରଠାରୁ, ଆମ୍ଭେମାନେ ସେହି ଇ-ମେଲ ଠିକଣା ବ୍ୟବହାର କରିବୁ, ଆପଣଙ୍କ ପାଖକୁ ଆପଣଙ୍କ Microsoft ଉତ୍ପାଦ ଏବଂ ସର୍ଭିସର ବ୍ୟବହାର ସଂପର୍କିତ ଯୋଗାଯୋଗ ପଠାଇବୁ; ଆମେ ମଧ୍ୟ ଆପଣଙ୍କୁ Microsoft ଉତ୍ପାଦ ଏବଂ ସର୍ଭିସ୍ ବିଷୟରେ ସ୍ଥାନୀୟ ନିୟମ ଅନୁଯାୟୀ ଅନୁମୋଦିତ ପ୍ରୋତ୍ସାହନମୂଳକ ଇ-ମେଲ୍ ପଠାଇବୁ. ଆପଣଙ୍କର ପ୍ରୋତ୍ସାହନମୂଳକ ଯୋଗାଯୋଗର ରିସିପ୍ଟ ପରିଚାଳନାର ଅଧିକ ସୂଚନା ପାଇଁ, ଦୟାକରି ଭିଜିଟ୍ କରନ୍ତୁ ଯୋଗାଯୋଗଗୁଡିକ.
ଯଦି ଆପଣ ଏକ Microsoft ଆକାଉଣ୍ଟ ପାଇଁ ପଞ୍ଜୀକୃତ ପାଇଁ ଉଦ୍ୟମ କରନ୍ତି ଏବଂ ଦେଖନ୍ତି ଯେ ଅନ୍ୟ କେହି ବ୍ୟକ୍ତି ପୂର୍ବରୁ ଆପଣଙ୍କର ଇ-ମେଲ ଠିକଣାର ଉପଭୋକ୍ତା ନାମ ସହିତ ଏକ କ୍ରେଡେନିସିଆଲ୍ ତିଆରି କରିସାରିଛନ୍ତି, ଆପଣ ଆମ ସହିତ ଯୋଗାଯୋଗ କରିପାରନ୍ତି ଏବଂ ଅନୁରୋଧ କରିପାରନ୍ତି ଯେ ଅନ୍ୟ ବ୍ୟକ୍ତି ଜଣକ ଏକ ଭିନ୍ନ ଉପଭୋକ୍ତା ନାମ ଗ୍ରହଣ କରନ୍ତୁ ଯାହା ଦ୍ୱାରା ଆପଣ ଆପଣଙ୍କର କ୍ରେଡେନସିଆଲ୍ ସୃଷ୍ଟି କରିବା ସହିତ ଆପଣଙ୍କର ଇ-ମେଲ ଠିକଣା ବ୍ୟବହାର କରିପାରନ୍ତି.
ଆପଣଙ୍କ Microsoft ଆକାଉଣ୍ଟ ସହିତ ସଫ୍ଟଓୟାର, ସାଇଟ କିମ୍ବା ସର୍ଭିସ୍ ସହିତ ସାଇନ ଇନ୍ କରିବ.
ଆପଣ ଯେତେବେଳେ ଆପଣଙ୍କ Microsoft ଆକାଉଣ୍ଟ ବ୍ୟବହାର କରି ଏକ ସାଇଟ୍ କିମ୍ବା ସର୍ଭିସରେ ସାଇନ କରନ୍ତି, ଆମେ ଆପଣଙ୍କ ସାଇଟ କିମ୍ବା ସର୍ଭିସ ତରଫରୁ ଆପଣଙ୍କର ପରିଚୟ ଯାଂଚ୍ କରିବା ପାଇଁ ନିର୍ଦ୍ଦିଷ୍ଟ ସୂଚନା ସଂଗ୍ରହ କରିଥାଉ, ଆପଣଙ୍କର ଆକାଉଣ୍ଟର ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାରରୁ ସୁରକ୍ଷା ପାଇଁ, Microsoft ଆକାଉଣ୍ଟ ସର୍ଭିସର ଉପାଦେୟତା ଏବଂ ନିରାପତ୍ତାକୁ ସୁରକ୍ଷିତ ରଖିବା ପାଇଁ. ଉଦାହରଣ ସ୍ୱରୂପ ଆପଣ ଯେତେବେଳେ ସାଇନ ଇନ୍ କରନ୍ତି Microsoft ଆକାଉଣ୍ଟ୍ ସର୍ଭିସ୍ ଗ୍ରହଣ କରେ ଏବଂ ଆପଣଙ୍କର କ୍ରେଡେନସିଆଲର ଏବଂ ଅନ୍ୟାନ୍ୟ ସୂଚନାର ଏକ ଲଗ୍ ପ୍ରସ୍ତୁତ କରେ।ଯେପରି କି ୬୪-ବିଟ୍ ସ୍ୱତନ୍ତ୍ର ଆଇଡି ସଂଖ୍ୟା, ଯାହାକି ଆପଣଙ୍କ କ୍ରେଡେନସିଆଲକୁ ଚିହ୍ନିତ କରାଯାଇଥାଏ, ଆପଣଙ୍କର ଆଇପି ଠିକଣା, ଆପଣଙ୍କର ୱେବବ୍ରାଉଜର ସଂସ୍କରଣ ଓ ଏକ ସମୟ ଏବଂ ତାରିଖ. ଏହା ସହିତ ଯଦି ଆପଣ ଏକ ଉପକରଣ କିମ୍ବା ଏକ ଉପକରଣରେ ସଂସ୍ଥାପିତ ଏକ ସଫ୍ଟଓୟାରରେ ସାଇନ କରିବାକୁ Microsoft ଆକାଉଣ୍ଟ୍ ବ୍ୟବହାର କରନ୍ତି, ଏକ ନିର୍ଦ୍ଦିଷ୍ଟ ଧାରା ରହିତ ସ୍ୱତନ୍ତ୍ର ଆଇଡି ଉକ୍ତ ଉପକରଣକୁ ଚିହ୍ନିତ କରେ; ଏହି ନିର୍ଦ୍ଦିଷ୍ଟ ଧାରାରହିତ ସ୍ୱତନ୍ତ୍ର ଆଇଡି ଆପଣଙ୍କର କ୍ରେଡେନସିଆଲର ଅଂଶ ଭାବରେ ଆପଣ ଯେତେବେଳେ ପରବର୍ତ୍ତୀ ସମୟରେ Microsoft ଆକାଉଣ୍ଟ ସହିତ ଏକ ସାଇଟ କିମ୍ବା ସର୍ଭିସରେ ସାଇନ କରନ୍ତି ସେଠାକୁ ପଠାଇଦେବ. Microsoft ଆକାଉଣ୍ଟ୍ ସର୍ଭିସ ନିମ୍ନଲିଖିତ ସୂଚନାଗୁଡିକ ଆପଣ ସାଇନ କରିଥିବା ସାଇଟ କିମ୍ବା ସର୍ଭିସକୁ ପଠାଏ: ଏକ ସ୍ୱତନ୍ତ୍ର ଆଇଡି ନମ୍ବର ଯାହାକି ସେହି ସାଇଟ କିମ୍ବା ସର୍ଭିସକୁ ଆପଣ ଏହି ଅଧିବେଶନ ପୂର୍ବରୁ ସାଇନ ଇନ୍ କରିଥିବା ସମାନ ବ୍ୟକ୍ତି କି ନା ନିର୍ଦ୍ଧାରଣ କରିବ; ଆପଣଙ୍କ ଆକାଉଣ୍ଟକୁ ଚିହ୍ନଟ କରୁଥିବା ସଂସ୍କରଣ ସଂଖ୍ୟା (ପ୍ରତି ଥର ଆପଣ ଆପଣଙ୍କର ସାଇନ୍-ଇନ୍ ସୂଚନା ପରିବର୍ତ୍ତନ କରିବା ସହିତ ଏକ ନୂତନ ସଂଖ୍ୟା ଦ୍ୱାରା ଚିହ୍ନିତ କରାଯାଇଥାଏ); ଆପଣଙ୍କର ଇ-ମେଲ୍ ଠିକଣା ନିଶ୍ଚିତ କରାଯାଇ ଥାଉ କିମ୍ବା ନ ଥାଉ; ଏବଂ ଆପଣଙ୍କର ଆକାଉଣ୍ଟ୍ ନିଷ୍କ୍ରିୟ କରାଯାଇଥାଉ କିମ୍ବା ନ ଥାଉ.
କେତେକ ତୃତୀୟ ପକ୍ଷ ସାଇଟ ଏବଂ ସର୍ଭିସ୍ ଯାହାକି ଆପଣଙ୍କୁ ଆପଣଙ୍କର ଇ-ମେଲ ସହିତ ସାଇନ ଇନ୍ କରିବାକୁ ଅନୁମତି ଦିଏ କିନ୍ତୁ ଆପଣଙ୍କର ସାଇଟର ପାସୱାର୍ଡ କିମ୍ବା ସର୍ଭିସ ନୁହେଁ. ଅବଶ୍ୟ, ଯଦି ଆପଣ ଏହି ସାଇଟ କିମ୍ବା ସର୍ଭିସ ସହିତ ଆପଣଙ୍କର କ୍ରେଡେନସିଆଲ୍ ସୃଷ୍ଟି କରିଛନ୍ତି. ଏହାର ଆପଣଙ୍କର କ୍ରେଡେନସିଆଲ୍ ସହିତ ସଂପର୍କିତ ସୂଚନା ପ୍ରତି ସୀମିତ ଅଭିଗମ୍ୟତା ଥାଇପାରେ, ଯାହା ଫଳରେ ଆପଣଙ୍କର ପାସୱାର୍ଡ ପୁନଃ ସେଟ୍ କରିବାରେ ସହାୟତା କରିବା କିମ୍ବା ଅନ୍ୟାନ୍ୟ ସହାୟତା ସର୍ଭିସ ପ୍ରଦାନ ସୀମିତ ହୋଇପାରେ.
ଯଦି ଆପଣ ଏକ ତୃତୀୟ ପକ୍ଷ ଯେପରି କି ଏକ ବିଦ୍ୟାଳୟ, ଏକ ବ୍ୟବସାୟ, ଇଣ୍ଟରନେଟ୍ ସେବା ପ୍ରଦାନକାରୀ କିମ୍ବା ଏକ ଡୋମେନ୍ ପରିଚାଳନା କରୁଥିବା ପ୍ରଶାସକଙ୍କଠାରୁ ଆପଣଙ୍କ ଆକାଉଣ୍ଟ୍ ଗ୍ରହଣ କରିଛନ୍ତି, ଉକ୍ତ ତୃତୀୟ ପକ୍ଷଙ୍କର ଆପଣଙ୍କ ଆକାଉଣ୍ଟ ଉପରେ ଅଧିକାର ରହିପାରେ, ଏପରି କି ଆପଣଙ୍କର ପାସୱାର୍ଡ ରିସେଟ୍ କରିବାର କ୍ଷମତା, ଆପଣଙ୍କର ଆକାଉଣ୍ଟର ବ୍ୟବହାର ଦେଖିବା କିମ୍ବା ପ୍ରୋଫାଇଲ ତଥ୍ୟ, ପଢ଼ିବା କିମ୍ବା ଆପଣଙ୍କର ଆକାଉଣ୍ଟରେ ସୂଚନା ସଂରକ୍ଷଣ କରିବା, ଏବଂ ଆପଣଙ୍କ ଆକାଉଣ୍ଟକୁ ସାମୟିକ ଭାବରେ ବାତିଲ କରିଦେବା କିମ୍ବା ଖାରଜ କରିଦେବା. ଏ ସବୁ ଘଟଣାରେ ଆପଣଙ୍କ କ୍ଷେତ୍ରରେ ହୋଇପାରେ। Microsoft ସର୍ଭିସ୍ ରାଜିନାମା ଏବଂ ସେହି ତୃତୀୟ ପକ୍ଷଠାରୁ ବ୍ୟବହାର ସମ୍ବନ୍ଧୀୟ କୌଣସି ଅତିରିକ୍ତ ସର୍ତ୍ତାବଳି ଯଦି ଆପଣ ଏକ ପରିଚାଳିତ ଡୋମେନର ଆଡମିନିଷ୍ଟ୍ରେସନ, ଆପଣଙ୍କର ଉପଭୋକ୍ତାମାନଙ୍କୁ Microsoft ଆକାଉଣ୍ଟ୍ ପ୍ରଦାନ କରିଛନ୍ତି, ଏହି ଆକାଉଣ୍ଟ୍ ମଧ୍ୟରେ ପରିଚାଳିତ ସମସ୍ତ କାର୍ଯ୍ୟକଳାପ ପାଇଁ ଆପଣ ଦାୟୀ ରହିବେ।
ଦୟାକରି ଧ୍ୟାନ ଦିଅନ୍ତୁ ଯେ ଯେଉଁ ସାଇଟ୍ ଏବଂ ସର୍ଭିସ୍ ଆପଣଙ୍କୁ ଆପଣଙ୍କ Microsoft ଆକାଉଣ୍ଟ୍ ସହିତ ସାଇନ ଇନ୍ କରିବା ପାଇଁ ଅନୁମତି ଦିଏ, ସେ ଆପଣଙ୍କର ଇ-ମେଲ ଠିକଣା କିମ୍ବା ଅନ୍ୟାନ୍ୟ ବ୍ୟକ୍ତିଗତ ସୂଚନା, ଯାହାକି ଆପଣ ସେମାନଙ୍କୁ ପ୍ରଦାନ କରିଥାନ୍ତି, ଯାହା ସେମାନଙ୍କର ଗୋପନୀୟତା ବିବରଣୀରେ ବର୍ଣ୍ଣନା କରାଯାଇଥାଏ, ସେଗୁଡିକୁ ଅନ୍ୟ କାହା ସହିତ ବାଣ୍ଟି ପାରନ୍ତି. ଅବଶ୍ୟ, ସେମାନେ ସେମାନଙ୍କ ଦ୍ୱାରା Microsoft ଆକାଉଣ୍ଟ୍ ସର୍ଭିସ୍ ମାଧ୍ୟମରେ ପ୍ରଦତ୍ତ ସ୍ୱତନ୍ତ୍ର ଆଇଡି ନମ୍ବରକୁ କେବଳ ଏକ ସର୍ଭିସ କିମ୍ବା ଆପଣ ଅନୁରୋଧ କରିଥିବା କାରବାରକୁ ପୂରଣ କରିବା ପାଇଁ ତୃତୀୟ ପକ୍ଷକୁ ଦେଇପାରନ୍ତି. ଯେଉଁ ସାଇଟ୍ କିମ୍ବା ସର୍ଭିସଗୁଡିକ Microsoft ଆକାଉଣ୍ଟ୍ ବ୍ୟବହାର କରନ୍ତି ସେମାନେ ଏକ ପୋଷ୍ଟେଡ୍ ଗୋପନୀୟତା ବିବରଣୀ ଆବଶ୍ୟକତା କରନ୍ତି କିନ୍ତୁ ଆମେ ସେହି ସାଇଟଗୁଡିକର ଗୋପନୀୟତା ଆଚରଣବିଧି ନିୟନ୍ତ୍ରଣ କରୁନାହିଁ କିମ୍ବା ତତ୍ୱାବଧାନ କରୁନାହିଁ, ଏବଂ ସେମାନଙ୍କର ଗୋପନୀୟତା ଆଚରଣବିଧି ଭିନ୍ନ ଭିନ୍ନ ହୋଇପାରେ. ଆପଣ ସାଇନ୍ ଇନ କରୁଥିବା ପ୍ରତ୍ୟେକ ସାଇଟ କିମ୍ବା ସର୍ଭିସ୍ ସଂଗ୍ରହ କରୁଥିବା ସୁଚାନଗୁଡିକୁ କିପରି ବ୍ୟବହାର କରନ୍ତି ଜାଣିବା ପାଇଁ ଗୋପନୀୟତା ବିବରଣୀକୁ ଯତ୍ନର ସହିତ ସମୀକ୍ଷା କରିବା ଉଚିତ୍.
ଆପଣ ଆପଣଙ୍କ ବ୍ୟକ୍ତିଗତ ସୂଚାନକୁ ଆକସେସ କରିପାରିବେ ଯାଇ ଆକାଉଣ୍ଟ୍. ଆପଣ ଆପଣଙ୍କର ଉପଭୋକ୍ତା ନାମ ପରିବର୍ତ୍ତନ କରିପାରିବେ, ଯଦି ଆପଣଙ୍କର ମାଇକ୍ରୋସଫ୍ଟ ଆକାଉଣ୍ଟ୍ ଏକ ପରିଚାଳିତ ଡୋମେନର ଅନ୍ତର୍ଭୁକ୍ତ ନୁହେଁ. ଆପଣ ସଦାସର୍ବଦା ଆପଣଙ୍କର ପାସୱାର୍ଡ, ବିକଳ୍ପ ଇ-ମେଲ ଠିକଣା, ଫୋନ ନମ୍ବର ଏବଂ ଗୋପନ ଉତ୍ତର ପରିବର୍ତ୍ତନ କରିପାରିବେ. ଆପଣ ମଧ୍ୟ ଆପଣଙ୍କର Microsoft ଆକାଉଣ୍ଟକୁ ବନ୍ଦ କରିପାରିବେ, ଏଠାକୁ ଯାଇ ଆକାଉଣ୍ଟ୍,ଏବଂ ତା’ ପରେ “ଆପଣଙ୍କ ଆକାଉଣ୍ଟ୍ ବନ୍ଦ କରନ୍ତୁ”. ଯଦି ଆପଣଙ୍କର ଆକାଉଣ୍ଟ୍ ଏକ ପରିଚାଳିତ ଡୋମେନରେ ରହିଛି, ଯେପରି ଭାବରେ ଉପରେ ବର୍ଣ୍ଣନା କରାଯାଇଛି, ତେବେ ଆପଣଙ୍କର ଆକାଉଣ୍ଟ୍ ବନ୍ଦ କରିବାର ଏକ ସ୍ୱତନ୍ତ୍ର ପ୍ରକ୍ରିୟା ରହିପାରେ. ଦୟାକରି ଧ୍ୟାନ ଦିଅନ୍ତୁ ଯେ ଯଦି ଆପଣ ଏକ ଏମଏସଏନ କିମ୍ବା ୱିଣ୍ଡୋଜ୍ ଲାଇଭ ଉପଭୋକ୍ତା, ଯଦି ଆପଣ ଏକ ଆକାଉଣ୍ଟକୁ ଯାଆନ୍ତି, ତେବେ ଆପଣ ସେହି ସାଇଟଗୁଡିକ ପାଇଁ ଆକାଉଣ୍ଟକୁ ପୁନଃନିର୍ଦ୍ଦେଶିତ ବା ରିଡାଇରେକ୍ଟ ହୋଇପାରନ୍ତି.
Microsoft ଆକାଉଣ୍ଟ୍ ସମ୍ବନ୍ଧରେ ଅଧିକ ସୂଚନା ଉପଲବ୍ଧ ରହିଛି ଏଠାରେ Microsoft ଆକାଉଣ୍ଟ୍ ୱେବସାଇଟ୍.
ଏ ବିଷୟରେ ଅଧିକ ଜାଣନ୍ତୁ
ନିମ୍ନରେ ଆପଣ କିଛି ଅତିରିକ୍ତ ଗୋପନୀୟତା ସୂଚନା ଦେଖିବେ, ଆପଣ ଏହାକୁ ଗୁରୁତ୍ୱପୂର୍ଣ୍ଣ ମନେ କରିପାରନ୍ତି (ମନେ କରି ନ ପାରନ୍ତି). ଏହା ମଧ୍ୟରୁ ଅଧିକାଂଶ ସାଧାରଣ ଆଚରଣବିଧିକୁ ବର୍ଣ୍ଣନା କରେ, ଯାହାକି ଆପଣ ଜାଣନ୍ତୁ ଆମେ ଚାହୁଁ କିନ୍ତୁ ଆମର ପ୍ରତ୍ୟେକ ଗୋପନୀୟତା ବକ୍ତବ୍ୟରେ ପ୍ରତ୍ୟେକଙ୍କୁ ଏହାକୁ ହାଇଲାଇଟ୍ କରିବା ଆବଶ୍ୟକ ଭାବୁନାହୁଁ. ଏବଂ ଏଗୁଡିକ ମଧ୍ୟରୁ କିଛି କେବଳ ଯାହା ଅନିବାର୍ଯ୍ୟ ବର୍ଣ୍ଣନା କରିଥାଉ (ଉଦାହରଣ ସ୍ୱରୂପ, ଯେତେବେଳେ ଆଇନତଃ ଆବଶ୍ୟକ ହେବ, ଆମେ ସୂଚନା ପ୍ରକାଶ କରିବୁ) କିନ୍ତୁ ଆମର ଆଇନଜୀବୀ ଆମକୁ ଏହା କହିବେ. ଦୟାକରି ମନେ ରଖନ୍ତୁ ଯେ ଏହି ସୂଚନା ଆମ ଆଚରଣବିଧିର ଏକ ସଂପୂର୍ଣ୍ଣ ବର୍ଣ୍ଣନା ନୁହେଁ। ଏହା ହେଉଛି ସାମଗ୍ରିକ ଭାବରେ ସହିତ ଅନ୍ୟଗୁଡିକ ପ୍ରତି, Microsoftର ପ୍ରତ୍ୟେକ ଉତ୍ପାଦ ଏବଂ ଆପଣ ବ୍ୟବହାର କରୁଥିବା ସର୍ଭିସ୍ ପାଇଁ ଗୋପନୀୟତା ବିବରଣୀ ପାଇଁ ଅଧିକ ନିର୍ଦ୍ଦିଷ୍ଟ ଭାବରେ ସୂଚନା ରହିଛି.
ଏହି ପୃଷ୍ଠାରେ:
ବ୍ୟକ୍ତିଗତ ତଥ୍ୟ ସହଭାଗ କରିବା କିମ୍ୱା ପ୍ରକାଶ କରିବା
ବ୍ୟକ୍ତିଗତ ସୂଚନା ପ୍ରକାଶ କରିବା କିମ୍ବା ବାଣ୍ଟିବା ଆପଣ ବ୍ୟବହାର କରୁଥିବା ଉତ୍ପାଦ କିମ୍ବା ସର୍ଭିସରେ ବର୍ଣ୍ଣନା କରାଯାଇଥିବା ଗୋପନୀୟତା ବିବରଣୀ ସହିତ Microsoft ବ୍ୟକ୍ତିଗତ ସୂଚନା ପ୍ରକାଶ କରିପାରେ କିମ୍ବା ବାଣ୍ଟି ପାରେ:
ଆମେମାନେ ମଧ୍ୟ ଆପଣଙ୍କ ସଂଚାର ସାମଗ୍ରୀ ସହିତ ବ୍ୟକ୍ତିଗତ ସୂଚନା ସହଭାଗ କରୁ କିମ୍ୱା ପ୍ରକାଶ କରିପାରୁ:
ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଆମର ସାଇଟରେ ତୃତୀୟ ପକ୍ଷ ସାଇଟର ଲିଙ୍କ୍ ଅନ୍ତର୍ଭୁକ୍ତ ହୋଇପାରେ, ଯାହାର ଗୋପନୀୟତା ପରିଚାଳନା ବିଧି Microsoft ଠାରୁ ଭିନ୍ନ ହୋଇପାରେ. ଯଦି ଆପଣ ଏହି ସାଇଟଗୁଡିକ ମଧ୍ୟରୁ କୌଣସି ସାଇଟରେ ଆପଣଙ୍କର ବ୍ୟକ୍ତିଗତ ସୂଚନା ଦାଖଲ କରନ୍ତି, ଆପଣଙ୍କର ସୂଚନା ସେହି ସାଇଟର ଗୋପନୀୟତା ବିବରଣୀ ଦ୍ୱାରା ପରିଚାଳିତ ହେବ. ଆମେ ଆପଣଙ୍କୁ ଆପଣ ଭିଜିଟ୍ କରୁଥିବା ଯେ କୌଣସି ସାଇଟର ଗୋପନୀୟତା ବିବରଣୀ ସମୀକ୍ଷା କରିବା ପାଇଁ ପ୍ରୋତ୍ସାହିତ କରୁଛୁ.
ବ୍ୟକ୍ତିଗତ ତଥ୍ୟର ନିରାପତ୍ତା ରକ୍ଷା କରିବା
Microsoft ଆପଣଙ୍କର ବ୍ୟକ୍ତିଗତ ସୂଚନାର ନିରାପତ୍ତା ପାଇଁ ବଚନବଦ୍ଧ ଅଟେ. ଆମ୍ଭେମାନେ ଆପଣଙ୍କର ବ୍ୟକ୍ତିଗତ ସୂଚନାକୁ ଅଣ-ଅଧିକୃତ ଆକସେସରୁ ସୁରକ୍ଷିତ, ବ୍ୟବହାର କିମ୍ବା ପରିପ୍ରକାଶରୁ ସୁରକ୍ଷିତ ରଖିବାରେ ସହାୟତା କରିବା ପାଇଁ ବିଭିନ୍ନ ସୁରକ୍ଷା କୌଶଳ ଏବଂ ପଦ୍ଧତି ବ୍ୟବହାର କରୁଅଛୁ. ଉଦାହରଣ ସ୍ୱରୂପ, ଆପଣ ଦେଇଥିବା ବ୍ୟକ୍ତିଗତ ସୂଚନାକୁ କମ୍ପ୍ୟୁଟର ସିଷ୍ଟମରେ ଷ୍ଟୋର କରି ରଖୁ। ଯାହା ପ୍ରତି ଅଭିଗମ୍ୟତା ସୀମିତ ରହିଥାଏ ଏବଂ ଯାହା ନିୟନ୍ତ୍ରିତ ବ୍ୟବସ୍ଥା ମଧ୍ୟରେ ରହିଥାଏ. ଯେତେବେଳେ ଆମ୍ଭେମାନେ ଅତ୍ୟନ୍ତ ଗୋପନୀୟ ତଥ୍ୟ ତଥା ଇଣ୍ଟରନେଟ୍ ମାଧ୍ୟମରେ ପଠାଇଥାଉ (ଯେପରି କି କ୍ରେଡିଟ୍ କାର୍ଡ ନମ୍ବର କିମ୍ବା ପାସୱାର୍ଡ), ଆମେ ଇନକ୍ରିପସନ୍ ବ୍ୟବହାର ମାଧ୍ୟମରେ ଏହାକୁ ସୁରକ୍ଷିତ ରଖିଥାଉ, ଯେପରି କି ସିକ୍ୟୁଅର୍ ସକେଟ୍ ଲେୟାର୍ (ଏସଏସଏଲ) ପ୍ରୋଟୋକଲ୍.
ଯଦି ଗୋଟିଏ ପାସୱାର୍ଡ ଆପଣଙ୍କର ଖାତା ଏବଂ ବ୍ୟକ୍ତିଗତ ସୂଚନାକୁ ସୁରକ୍ଷିତ ରଖିବା ପାଇଁ ବ୍ୟବହୃତ ହେଉଅଛି, ଆପଣଙ୍କର ଦାୟିତ୍ୱ ହେଉଛି ପାସୱାର୍ଡକୁ ଗୋପନୀୟ ରଖିବା. କେବେ ବି କାହାକୁ ଏହା କହନ୍ତୁ ନାହିଁ. ଯଦି ଆପଣ ଗୋଟିଏ କମ୍ପ୍ୟୁଟର ଅନ୍ୟ କାହା ସହିତ ବ୍ୟବହାର କରୁଛନ୍ତି, ଆପଣ ପରବର୍ତ୍ତୀ ବ୍ୟବହାରକାରୀଙ୍କଠାରୁ ଆପଣଙ୍କର ସୂଚନା ପ୍ରତି ଅଭିଗମ୍ୟତା ସୁରକ୍ଷିତ ରଖିବା ପାଇଁ ସାଇଟ୍ କିମ୍ବା ସେବା ପରିତ୍ୟାଗ କରିବା ପୂର୍ବରୁ ସଦାସର୍ବଦା ଲଗ୍ ଆଉଟ୍ କରିବା ଉଚିତ୍.
ସୂଚନାର ସଂଗ୍ରହ ଏବଂ ତା ଉପରେ ପ୍ରକ୍ରିୟା କେଉଁଠାରେ କରାଯାଏ
ସୂଚନା କେଉଁଠାରେ ସାଇତି ରଖାଯାଏ କିମ୍ବା ପ୍ରକ୍ରିୟାକରଣ କରାଯାଏ Microsoft ସାଇଟସରେ ସଂଗ୍ରହ କରାଯାଇଥିବା ବ୍ୟକ୍ତିଗତ ସୂଚନା ଏବଂ ସର୍ଭିସ୍ ଯୁକ୍ତ ରାଜ୍ୟରେ କିମ୍ବା ଯେଉଁଠାରେ ମାଇକ୍ରୋସଫ୍ଟ କିମ୍ବା ଏହାର ଆଫିଲେଟ୍, ସବସିଡିଆରି କିମ୍ବା ସେବା ପ୍ରଦାନକାରୀଙ୍କର ବ୍ୟବସ୍ଥା ବଜାୟ ରହିଛି, ସେହିପରି ଅନ୍ୟାନ୍ୟ ଦେଶରେ ପ୍ରକ୍ରିୟାକରଣ କରାଯାଇ ସଂରକ୍ଷଣ କରାଯାଇପାରେ. Microsoft ଆମେରିକାର ବାଣିଜ୍ୟ ବିଭାଗ ଦ୍ୱାରା ୟୁରୋପୀୟ ସଂଘ, ୟୁରୋପୀୟ ଆର୍ଥିକ କ୍ଷେତ୍ର ଏବଂ ସୁଜରଲ୍ୟାଣ୍ଡରୁ ଡାଟା ସଂଗ୍ରହ,ଉପଯୋଗ ଏବଂ ଧାରଣ ବିଷୟରେ ତିଆରି କରାଯାଇଥିବା ୟୁ.ଏସ୍.- ସୁଇସ୍ ସେଫ୍ ହାର୍ବର ଫ୍ରେମଓ୍ବର୍କ ଓ ୟୁ. ଏସ୍.-ଇୟୁ ସେଫ୍ ହାର୍ବର ଫ୍ରେମଓ୍ବର୍କକୁ ପାଳନ କରେ. ସେଫ ହାର୍ବର ଫ୍ରେମୱାର୍କ ବିଷୟରେ ଅଧିକ ଜାଣିବା ଏବଂ ର ପ୍ରମାଣୀକରଣ ଦେଖିବାପାଇଁ ଦୟାକରି http://www.export.gov/safeharbor/କୁ ଯାଆନ୍ତୁ.
ସେଫ୍ ହାର୍ବର ପ୍ରୋଗ୍ରାମରେ ମାଇକ୍ରୋସଫ୍ଟର ଅଂଶିଦାରୀର ଅଂଶ ଭାବରେ ଆମେ, ଆମର ପଲିସି ଏବଂ କାର୍ଯ୍ୟାଭ୍ୟାସ ସଂପର୍କରେ ଆମ ସହିତ ଆପଣଙ୍କର କୌଣସି ବିବାଦର ସମାଧାନ କରିବା ପାଇଁ ଆମେ ଏକ ସ୍ୱତନ୍ତ୍ର ତୃତୀୟ ପକ୍ଷ, TRUSTe ବ୍ୟବହାର କରୁଛୁ। ଯଦି ଆପଣ TRUSTe ସହିତ ଯୋଗାଯୋଗ କରିବାକୁ ଚାହାଁନ୍ତି, ଦୟାକରି ଭିଜିଟ୍ କରନ୍ତୁ: https://feedback-form.truste.com/watchdog/request.
Microsoft ଆପଣଙ୍କର ବ୍ୟକ୍ତିଗତ ସୂଚନାଗୁଡିକୁ ବିଭିନ୍ନ କାରଣରୁ ଧାରଣ କରିରଖିପାରେ, ଯେପରି କି ଆଇନଗତ ଦାୟିତ୍ୱ ପୂରଣ କରିବା, ବିବାଦ ସମାଧାନ, ଆମର ରାଜିନାମା ଜାରି କରିବା, ଏବଂ ଯେ ପର୍ଯ୍ୟନ୍ତ ଆବଶ୍ୟକ ସେବା ପ୍ରଦାନ କରିବା ପାଇଁ. କିପରି ଆପଣଙ୍କର ବ୍ୟକ୍ତିଗତ ସୂଚନା ଆକସେସ କରିବେ ଶିଖିବା ପାଇଁ, ଭିଜିଟ୍ କରନ୍ତୁ ଆପଣଙ୍କ ସୂଚନା ଆକସେସ୍ କରିବା.
ଆମର ଗୋପନୀୟ କଥନରେ ପରିବର୍ତ୍ତନ
ଆମର ଗୋପନୀୟତା ବକ୍ତବ୍ୟରେ ପରିବର୍ତ୍ତନ ଆମେ ବେଳେ ବେଳେ ଆମର ସେବାରେ ପରିବର୍ତ୍ତନ ଏବଂ ଗ୍ରାହକଙ୍କ ମତାମତକୁ ପ୍ରତିଫଳିତ କରିବା ପାଇଁ ଗୋପନୀୟତା ମତାମତ ଅଧୁନାତନ କରୁ. ଆମେ ଯେତେବେଳେ ବିବରଣୀରେ ଗୋଟିଏ ପରିବର୍ତ୍ତନ ପୋଷ୍ଟ କରୁ, ଆମେ “ପୂର୍ବରୁ ଅଧୁନାତନ ହୋଇଥିବା” ତାରିଖ ଶୀର୍ଷରେ ଯୋଗ କରିବୁ. ଯଦି ବକ୍ତବ୍ୟର ବିଷୟବସ୍ତୁରେ କିମ୍ବା Microsoft କିପରି ବ୍ୟକ୍ତିଗତ ସୂଚନା ବ୍ୟବହାର କରିବ ସେଥିରେ ପରିବର୍ତ୍ତନ ହୋଇଥାଏ, ଆମ୍ଭେମାନେ ଏ ବିଷୟରେ ଆପଣଙ୍କୁ ଯଥାର୍ଥ ଭାବରେ ଡାକରେ ନୋଟିସ୍ ପଠାଇ କିମ୍ବା ଏହା ଜାରି ହେବା ପୂର୍ବରୁ ପରିବର୍ତ୍ତନ ବିଷୟରେ, ପ୍ରତ୍ୟକ୍ଷ ଭାବରେ ଆପଣଙ୍କୁ ନୋଟିସ୍ ପଠାଇ ଜଣାଇ ଦେବୁ. ଆମ୍ଭେମାନେ ଆପଣଙ୍କୁ ସମୟ ସମୟରେ ଆପଣ ବ୍ୟବହାର କରୁଥିବା ସେବା ଏବଂ ଉତ୍ପାଦର ସମୀକ୍ଷା ଏବଂ ଗୋପନୀୟତା ବିବରଣୀର ବ୍ୟବହାର ବିଷୟରେ ଜଣାଇଲେ ଆମେ ଉତ୍ସାହିତ ହେବୁ ଏବଂ Microsoft କିପରି ଆପଣଙ୍କର ସୂଚନାକୁ ସୁରକ୍ଷା ଦେଉଛି ସେ ବିଷୟରେ ଜାଣିପାରିବେ.
କିପରି ଆମ ସହିତ ଯୋଗାଯୋଗ କରିବେ
Microsoft Privacy, Microsoft Corporation, One Microsoft Way, Redmond, Washington 98052 USA
ଆପଣଙ୍କର ଦେଶ କିମ୍ୱା କ୍ଷେତ୍ରରେ Microsoft ସହାୟକ ଖୋଜିବା ପାଇଁ http://www.microsoft.com/worldwide/.
FTC ଗୋପନୀୟତା ପଦକ୍ଷେପ
ଗୃହରେ ସୁରକ୍ଷା
Trustworthy Computing